fbpx

‘ଦେଶ ଆଉ ଏକ ଦୁଷ୍କର୍ମର ଅପେକ୍ଷା କରିପାରିବ ନାହିଁ’, ଡାକ୍ତରଙ୍କ ହତ୍ୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: କୋଲକାତାରେ ୮-୯ ଅଗଷ୍ଟ ମଧ୍ୟରାତ୍ରୀରେ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡ୍ୟୁଟି କରୁଥିବା ମହିଳା ଡାକ୍ତରଙ୍କ ହତ୍ୟା କରାଯାଇଛି। ମଙ୍ଗଳବାର ଦିନ ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମଙ୍ଗଳବାର ଦିନ ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟ ପୋଲିସକୁ ନିନ୍ଦା କରିଛନ୍ତି। କହିଛନ୍ତି ଯେ, ଦେଶରେ ଅସଲ ସ୍ଥିତି ବଦଳାଇବା ପାଇଁ ଆଉ ଏକ ରେପକୁ ଅପେକ୍ଷା କରିପାରିବ ନାହିଁ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନିଜ ମିଶ୍ରାଙ୍କ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି। ବିଳମ୍ବରେ ଏଫଆଇଆର ଦାଖଲ କରିବା ନେଇ ପଶ୍ଚିମବଙ୍ଗ ସରକାର ଏବଂ ହସ୍ପିଟାଲ ବିରୋଧରେ ବେଞ୍ଚ ଦୃଢ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

-ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ମେଡିକାଲ ପ୍ରଫେଶନ ହିଂସା ପ୍ରତି ସମ୍ବେଦନଶୀଳ ହୋଇଯାଇଛି। ମହିଳା ଡାକ୍ତରଙ୍କୁ ଅଧିକ ନିରାଶ କରାଯାଉଛି। ଅଧିକରୁ ଅଧିକ ମହିଳା ଏହି କ୍ଷେତ୍ରରେ ଆସିବାରେ ଚ୍ୟାଲେଞ୍ଜ ମଧ୍ୟ ବଢିଯାଇଛି। ପରିବର୍ତ୍ତନ ପାଇଁ ଦେଶ ଆଉ ଏକ ଘଟଣାର ଅପେକ୍ଷା କରିପାରିବନାହିଁ।

-ହସ୍ପିଟାଲ ଏବଂ କୋଲକାତା ପୋଲିସ ଉପରେ ପ୍ରଶ୍ନ ଉଠାଇ ସିଜେଆଇ ପଚାରିଛନ୍ତି, ‘ଶବଶତ୍କାର ପାଇଁ ଶବ ଦିଆଯିବାର ତିନି ଘଣ୍ଟା ପରେ କାହିଁକି ଏଫଆଇଆର ଦାଖଲ ହେଲା? ପ୍ରିନ୍ସିପାଲ କଣ କରୁଥିଲେ? ଏଫଆଇଆର ଦାଖଲ କରାଗଲା ନାହିଁ, ମାଆ-ବାପାଙ୍କୁ କାହିଁକି ବିଳମ୍ବରେ ମିଳିଲା ଶବ? ପୋଲିସ କଣ କରୁଥିଲେ? ଏକ ଗୁରୁତର ଅପରାଧ ହୋଇଛି, କ୍ରାଇମବ୍ରାଞ୍ଚ ଡାକ୍ତରଖାନାରେ ଅଛି.. ସେମାନେ କଣ କରୁଛନ୍ତି? ଦୁଷ୍କର୍ମକାରୀଙ୍କୁ ଡାକ୍ତରଖାନା ଭିତରକୁ ଯିବା ପାଇଁ ଅନୁମତି କାହିଁକି ଦେଉଛନ୍ତି?’

-ଡାକ୍ତରଙ୍କ ହତ୍ୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟ ଏନଟିଏଫର ଗଠନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଆମେ ଏହାର(ଡାକ୍ତରଙ୍କ ସୁରକ୍ଷାର) ଦାୟିତ୍ୱ ନେଉଛୁ।

-ସିଜେଆଇ କହିଛନ୍ତି ଯେ, ଆମେ ଚାହୁଁଛୁ ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରୁ, ଯାଞ୍ଚର ସ୍ଥିତି ଅବଗତ କରାଉ। ଆମେ ଏକ ନେସନାଲ ଟାସ୍କ ଫୋର୍ସର ଗଠନ କରୁଛୁ। ଚାହୁଁଛୁ ଯେ, ସିନିୟର ଏବଂ ଜୁନିୟର ଡାକ୍ତରଙ୍କ ପାଇଁ ସୁରକ୍ଷା ଉପାୟମାନ ପାଇଁ ଦେଶରେ ଗ୍ରହଣ କରାଯିବାକୁ ଥିବା ମୋଡାଲିଟି ଉପରେ ସେମାନେ ସୁପାରିଶ କରିବା ଉଚିତ୍‌।

Get real time updates directly on you device, subscribe now.