fbpx

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୧୮୦୦ କେଜି ଓଜନର ଏକ ବିଶାଳକାୟ ମାଛ! ବାହୁବଳୀ ମାଛକୁ ଦେଖି ସମସ୍ତେ ଛାନିଆ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖାପାଖରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କି ସହଜରେ ବିଶ୍ୱାସ କରିହୁଏ ହୁଏ ନାହିଁ । ବେଳେବେଳେ କିଛି ବିଶାଳକାୟ, ପଶୁପକ୍ଷୀ, ନିଆରା ଆକୃତିର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ । ଏଭଳି ଜନ୍ତୁଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ଆସିଛି ଏକ ବଡ଼ ଖବର । ମତ୍ସ୍ୟଜୀବୀଙ୍କ ଜାଲରେ ୧ କୁଇଣ୍ଟାଲ କି ଦୁଇ କୁଇଣ୍ଟାଲ ନୁହେଁ ପାଖାପାଖି ୨ ଟନ ବିଶିଷ୍ଟ ଓଜନର ଏକ ବିଶାଳକାୟ ମାଛ ପଡ଼ିଛି । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବା ଏହି ବୃହତ ମାଛକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଖବର ମୁତାବକ, ମତ୍ସ୍ୟଜୀବୀମାନେ ଯେତେବେଳେ ସମୁଦ୍ର କୂଳରେ କ୍ରେନକୁ ଉଠାଇଥିଲେ ସେତେବେଳେ ଜାଲରେ ଏକ ୧୮୦୦ କେଜିର ମାଛ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ବାହୁବଳୀ ମାଛକୁ କ୍ରେନ ସହାୟତାରେ ଉପରକୁ ଅଣାଯାଇଥିଲା । କାରଣ ଏହି ମାଛକୁ ମତ୍ସ୍ୟଜୀବୀମାନେ ଟେକି ଆଣିବା ଅସମ୍ଭବ ଥିଲା । ମତ୍ସ୍ୟଜୀବୀମାନେ ଯେତେବେଳେ ସମୁଦ୍ରକୁ ବାହାରକୁ ଆସୁଥିଲେ ସେତେବେଳେ ଜାଲରେ ଏକ ବିଶାଳକାୟ ମାଛ ଫସିଥିବା ସେମାନେ ସଙ୍କେତ ପାଇ ସାରିଥିଲେ । ଏହାପରେ ଏହି ମାଛକୁ ଦେଖିବାକୁ ଆଖପାଖର ଲୋକମାନେ ଭିଡ଼ ଜମାଇଥିଲେ । ତେବେ ଏପରି ଆକୃତିର ମାଛ ଜାଲରେ ଖୁବ୍ କମ୍ ପଡ଼ିଥାନ୍ତି । ଏହି ମାଛର ମୂଲ୍ୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।

Get real time updates directly on you device, subscribe now.