fbpx

ବିରାଟ କୋହଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଛନ୍ତି ଏହି ମହିଳା! ବଲିଉଡ ଅଭିନେତ୍ରୀଙ୍କଠାରୁ ଆହୁରି ସୁନ୍ଦରୀ

ନୂଆଦିଲ୍ଲୀ: ବିରାଟ କୋହଲି ଅନ ଦ ଫିଲ୍ଡ ଏବଂ ଅଫ ଦ ଫିଲ୍ଡ ବହୁତ ପପୁଲାର ଅଟନ୍ତି। ଖାସକରି ମହିଳାମାନଙ୍କ ମଧ୍ୟରେ ବିରାଟ କୋହଲିଙ୍କ ଲୋକପ୍ରିୟତା ବିଷୟରେ କିଏ ବା ନ ଜାଣେ। ତେବେ ଏହାରି ମଧ୍ୟରେ ବିରାଟ କୋହଲିଙ୍କର ଆଉ ଏକ ଦିୱାନୀ ନଜରକୁ ଆସିଛନ୍ତି। ସେ ବଲିଉଡ ହିରୋଇନଙ୍କଠାରୁ ବି ସୁନ୍ଦରୀ।

ନ୍ୟୁଜିଲ୍ୟାଣ୍ଡର ମହିଳା ସ୍ପିନର ଜାରା ଜେଟଲୀ ଫ୍ୟାନ୍ସଙ୍କ ମଧ୍ୟରେ ନୂଆ କ୍ରଶ ହୋଇଛନ୍ତି। ହେଲେ ଆପଣ ଜାଣିଛନ୍ତି କି ଏହି ସୁନ୍ଦରୀ କ୍ରିକେଟର କଣ ଚାହୁଁଛନ୍ତି? ଜାରା ଜେଟଲୀ ବିରାଟ କୋହଲିଙ୍କ ସହ ଫଟୋ କ୍ଲିକ କରିବାକୁ ଚାହୁଁଛନ୍ତି, କାରଣ ତାଙ୍କୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିପାରିବେ। ଜାରା ଜେଟଲୀ ଭଳି ବିରାଟ କୋହଲିଙ୍କ ଚାର୍ମରେ ଆକର୍ଷିତ ଅଟନ୍ତି।

ନ୍ୟୁଜିଲ୍ୟଣ୍ଡର ୨୨ ବର୍ଷୀୟ କ୍ରିକେଟର ଗତଦିନରେ ଫାଇନ ଲେଗ୍ସ-ଦ କ୍ରିକେଟ ପଡକାଷ୍ଟ ରେ ନିଜ କଥା କହିଛନ୍ତି। ଏହି ସମୟରେ ସେ ପୂର୍ବତନ ଭାରତୀୟ କ୍ୟାପ୍ଟେନ ବିରାଟ କୋହଲିଙ୍କ ସହ ଫଟୋ କ୍ଲିକ କରିବା ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଜାରା ଜେଟଲୀ ନ୍ୟୁଜିଲ୍ୟଣ୍ଡର ଘରୋଇ କ୍ରିକେଟରେ ୱେଲିଙ୍ଗଟନ ବ୍ଲେଜର ପ୍ରତିନିଧିତ୍ୱ କରନ୍ତି। ସେ ପଡକାଷ୍ଟରେ କହିଛନ୍ତି ଯେ, ସେ ମେନ୍ସ ଖେଳାଳିମାନଙ୍କ ମଧ୍ୟରେ ବିରାଟ କୋହଲିଙ୍କ ସହ ବୋଲିଂ କରିବାକୁ ଚାହୁଁଛନ୍ତି।

ଏହା ବ୍ୟତୀତ ଜାରା ଜେଟଲୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ଇନଷ୍ଟାଗ୍ରାମରେ ତାଙ୍କର ୧ ଲକ୍ଷ ୧୩ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି।

Get real time updates directly on you device, subscribe now.