fbpx

ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ, ଏବେ ବି ୨୩ ଜଣ ହସ୍ପିଟାଲରେ ଚିକିତ୍ସିତ

ବ୍ରହ୍ମପୁର: ଚିକିଟିରେ ବିଷାକ୍ତ ମଦ ପିଇ ଜଣଙ୍କ ଜୀବନ ଚାଲିଯାଇଥିବା ଖବର ସାମ୍ନାକୁ ଆସିଛି । ଏମକେସିଜି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଅସୁସ୍ଥ । ମୃତକ ଜଣଙ୍କ ଜେନାପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ୨୩ ଜଣ ଏବେବି ଚିକିଟି ଓ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି ।

ସୂଚନାରୁ ପ୍ରକାଶ ମଙ୍ଗଳବାର ବିଶାକ୍ତ ମଦ ପିଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ. ନୂଆଗାଁ ଅନ୍ତର୍ଗତ ଜେନାପୁର ଓ କରବାଲୁଆ ଗାଁର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ଏହା ପରେ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରନ୍ଧା ଦେଶୀ ମଦ ପ୍ରସ୍ତୁତିରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡରେ ଆସିଛନ୍ତି ।

 

Get real time updates directly on you device, subscribe now.