fbpx

(Video): ମଝି ରାସ୍ତାରେ କାଦୁଅରେ ଗାଧୋଇଲେ CPI ନେତା, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିମଧ୍ୟରେ CPI ନେତା ସଞ୍ଜୟ ନାଙ୍ଗରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମହାରାଷ୍ଟ୍ରର ଅହମଦନଗରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ ରହିଛି । ଏଭଳି ସ୍ଥିତିର ବିରୋଧ କରି ଶେବଗାଓଁରେ ନେତା ସଞ୍ଜୟ ନାଙ୍ଗରେ ମଝି ରାସ୍ତାରେ କାଦୁଅ ପାଣିରେ ଗାଧୋଇ ପ୍ରତିବାଦ କରୁଥିବାର ଦେଖାଦେଇଛି । ତେବେ ଏହା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.