fbpx

Teenagersଙ୍କୁ ଅବଶ୍ୟ ଶିଖାନ୍ତୁ ଏହି ପାଞ୍ଚଟି କଥା, ନଚେତ ବିଗିଡିଯିବେ ପିଲା

ଓଡ଼ିଶା ଭାସ୍କର: ସମସ୍ତ ଅବଭାବକ ଚାହାନ୍ତି ସେମାନଙ୍କ ପିଲା ସଂସ୍କାରୀ ଏବଂ ଦାୟିତ୍ୱବାନ ହୁଅନ୍ତୁ। ହେଲେ ଟିନଏଜ ଏଭଳି ଏକ ବୟସ, ଯେତେବେଳେ ପିଲାଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଥାଏ ଏବଂ ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥାଏ। ଏହି ସମୟରେ ସମସ୍ତ ପ୍ୟାରେଣ୍ଟଓଙ୍କୁ ଶିଶୁଙ୍କ ମାର୍ଗଦର୍ଶନ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ଏହି ବିଷୟରେ..

ଆତ୍ମବିଶ୍ୱାସ: ଟୀନ ଏଜରେ ପିଲାମାନଙ୍କ ନିହାତି ଧ୍ୟାନ ଦେବା ଆବଶ୍ୟକ। ଶିଶୁଙ୍କୁ ଏହି ସମୟରେ ଆତ୍ମବିଶ୍ୱାସର ପାଠ ପଢାନ୍ତୁ। ତାଙ୍କୁ କୁହନ୍ତୁ ଯେ, ସେ କେତେ ଯୋଗ୍ୟ ଏବଂ ଆଗକୁ ଯାଇ ସେ ବହୁତ କିଛି କରିପାରିବେ। ନିଜ ଶିଶୁଙ୍କୁ ଏହା କୁହନ୍ତୁ ଯେ, ସେମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ।

ଦାୟିତ୍ୱ: ପିଲାଙ୍କୁ କିଶୋରାବସ୍ଥାରେ ହିଁ ଦାୟିତ୍ୱ ଦିଆଯିବା ଆବଶ୍ୟକ ଏବଂ ସେମାନ୮୍‌କୁ ନିଜ କାମ ନିଜେ କରିବା ଆବଶ୍ୟକ। ଏଥିରେ ପିଲାମାନେ ପ୍ରତ୍ୟେକ ଜିନିଷ ଧିରେ ଧିରେ ଶିଖିଯାଆନ୍ତି। ଯଦି ଆପଣ ନିଜ ପିଲାଙ୍କ ଉପରେ ଦାୟିତ୍ୱମାନ ନ ରଖନ୍ତି ତେବେ ସେମାନେ ଆଗକୁ ଯାଇ ନିଷ୍ଠାର ସହ କୌଣସି କାମ କରିପାରିବେ ନାହିଁ।

ସକରାତ୍ମକ ଭାବନା: ପିଲାଙ୍କୁ ସର୍ବଦା ସକରାତ୍ମକ ଭାବନା ରଖିବାକୁ କୁହନ୍ତୁ। ଅବିଭାବକମାନେ ସର୍ବଦା ପିଲାଙ୍କୁ ବୁଝାଇବା ଆବଶ୍ୟକ ଯେ, କୌଣସି କାମ ନାହିଁ ଯାହା କରିବା ଅସମ୍ବବ। ଯଦି ପିଲା କିଛି ବି କାମକୁ ନିଷ୍ଠାର ସହ କରୁଛି ତେବେ ସେ ଅବଶ୍ୟ ସଫଳତା ହାସଲ କରିବ।

ଭଲ ଏବଂ ଖରାପ ମଧ୍ୟରେ ଶିକ୍ଷା: ଟୀନ ଏଜର୍ସ ଭଲ ଏବଂ ଖରାପକୁ ଠିକଭାବେ ବୁଝିପାରନ୍ତି ନାହିଁ ଏବଂ ସେମାନେ ସମସ୍ତ ଭୁଲ କରିବସନ୍ତି। ଏପରି ସ୍ଥିତିରେ ପ୍ରତ୍ୟେକ ପ୍ୟାରେଣ୍ଟସଙ୍କୁ ନିଜ ଶିଶୁକୁ ଠିକ ଏବଂ ଭୁଲ ବିଷୟରେ କହିବା ଆବଶ୍ୟକ। ଯାହାଦ୍ୱାରା ଏହା ଆଗକୁ ବଢି ଶିଶୁ କୌଣସି ଭୁଲ ଡିସିସନ ନ ନିଅନ୍ତୁ।

ଖୋଲା ଖୋଲି ଭାବେ କଥା ହେବା: ଶିଶୁଙ୍କୁ ଖୋଲାଖୋଲି ଭାବେ କଥା ହେବା ଆବଶ୍ୟକ। ଏହାଦ୍ୱାରା ନିଜ ଶିଶୁଙ୍କ ଭାବନାକୁ ସହଜରେ ବୁଝାଯାଇପାରିବ। କାରଣ ଅନେକଥର ପିଲାମାନେ ବହୁ ଜିନିଷକୁ ନିଜ ଭିତରେ ରଖିଥାଆନ୍ତି, ଯାହାଦ୍ୱାରା ଆଗାମୀ ଦିନରେ ଏହା ଅସୁବିଧାର କାରଣ ହୋଇଥାଏ।

Get real time updates directly on you device, subscribe now.