fbpx

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ, ନୂତନ ଡ୍ରାଇଭର ମ୍ୟାନେଜମେଣ୍ଟ ସେଣ୍ଟର ଉଦ୍‌ଘାଟିତ

ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ(ଝାରସୁଗୁଡ଼ା) ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ତଥା ବେଦାନ୍ତି ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ଜାତୀୟ ପତାକା ଉତ୍ତୋଳନ କରିବା ସହ ଭାରତ ସ୍ୱାଧୀନତା ସଂଗ୍ରାମୀ ଓ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ କମ୍ପାନୀର ‘କାର୍ଯ୍ୟ କରିବାର ସ୍ୱାଧୀନତା’ ପାଳନକୁ ଆଗେଇ ନେଇ ଶ୍ରୀ ଗୁପ୍ତା ବଞ୍ଜରୀ ଠାରେ ଏକ ନୂତନ ଡ୍ରାଇଭର ମ୍ୟାନେଜମେଣ୍ଟ ସେଣ୍ଟର ଉଦ୍‌ଘାଟିତ କରିଥିଲେ ।

ଡ୍ରାଇଭର ମ୍ୟାନେଜମେଣ୍ଟ ସେଣ୍ଟର ଉତ୍ତମ ପ୍ରଶୀକ୍ଷଣ ସୁବିଧା ଯଥା ଡ୍ରାଇଭିଂ ଦକ୍ଷତା, ନିରାପତ୍ତା ପ୍ରୋଟୋକଲ ଏବଂ ସାମଗ୍ରିକ ବୃତ୍ତିଗତ ବିକାଶ ବୃଦ୍ଧି ପାଇଁ ଫ୍ଲିଟ୍ ପରିଚାଳନା ଏବଂ ନିରାପତ୍ତା ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦାନ କରୁଛି । ଏହି ନୂତନ ସୁବିଧା ଡ୍ରାଇଭରମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଭିତ୍ତିଭୂମିରେ ଏକ ଗରୁତ୍ୱପୂର୍ଣ୍ଣ ଯୋଗଦାନର ପ୍ରତିନିଧିତ୍ୱ କରୁଛି । କମ୍ପାନୀର ଲଜିଷ୍ଟିକ୍ସ ଏବଂ ପରିଚାଳନାକୁ ସକ୍ଷମ କରିବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱିକାର କରୁଛି । ଏହି ଡ୍ରାଇଭର ମ୍ୟାନେଜମେଣ୍ଟ ସେଣ୍ଟରରେ ଅତ୍ୟାଧୁନିକ ଏବଂ ସୁରକ୍ଷିତ ଶୌଚାଳୟ, କ୍ୟାଣ୍ଟିନ୍‌, ବିଶ୍ରାମ କକ୍ଷ, ପ୍ରଶୀକ୍ଷଣ କେନ୍ଦ୍ର ଏବଂ ପାନୀୟ ଜଳ ସୁବିଧା ରହିଛି । ଏହା ଦୈନିକ ପ୍ରାୟ ୪୦୦ ବାଣିଜ୍ୟିକ ଯାନ ଚାଳକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ । ଏହା ବ୍ୟତୀତ ‘ବିଶିତ ଭାରତ’ ଶୀର୍ଷକ ସପ୍ତାହବ୍ୟାପୀ ନରାପତ୍ତା ସପ୍ତାହ ୨୦୨୪ ଅଧିବେଶନର ସମାପନ ମଧ୍ୟ ହୋଇଥିଲା ଯାହା ସୁରକ୍ଷା ନିରାପତ୍ତା ଏବଂ ଗୋଷ୍ଠୀ ନିୟୋଜନ ପ୍ରତି କମ୍ପାନୀର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।

ଏହି ଅବସରରେ ବେଦାନ୍ତ ଆଲୁମିନିୟମ ସିଇଓ ତଥା ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା କହିଥିଲେ, ‘ଦେଶର ୭୮ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ବର୍ଷ ବର୍ଷ ଧରି ବେଦାନ୍ତ ଆଲୁମିନିୟମ ଓଡ଼ିଶା ତଥା ସମଗ୍ର ଦେଶର ଅଭିବୃଦ୍ଧି ଧାରାକୁ ପୁନଃନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅଭିନବତା, ବ୍ୟବସାୟୀକ, ଉତ୍କର୍ଷତା, ଡିଜିଟାଲାଇଜେସନ୍‌, ସ୍ଥାୟୀ ପରିଚାଳନା, ପରିବେଶ ପରିଚାଳନା ଏବଂ ଗୋଷ୍ଠୀ ବିକାଶକୁ ସମର୍ଥନ କରି ଏକ ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟ ସହିତ ଆମର ଲକ୍ଷ୍ୟ ଗଭୀର ଭାବେ ଜଡ଼ିତ ରହିଛି ।’ ଏହି କାର୍ଯ୍ୟକ୍ରମରେ କେବଳ ଦେଶ ପାଇଁ ସ୍ୱାଧୀନତା ହାସଲ କରିଥିବା ଲୋକଙ୍କ ବଳିଦାନକୁ ସମ୍ମାନ ଦିଆଯାଇନଥିଲା ବରଂ ଭାରତର ପ୍ରଗତିରେ ସକାରାତ୍ମକ ଯୋଗଦାନ ଦେବା ପାଇଁ ବେଦାନ୍ତର ପ୍ରତିବଦ୍ଧତା ଉପରେ ଅଲୋକପାତ କରାଯାଇଥିଲା ।

Get real time updates directly on you device, subscribe now.