fbpx

IIFA 2024: ଗ୍ରାଣ୍ଡ୍ ଇଭେଣ୍ଟ ହୋଷ୍ଟ କରିବେ ଶାହରୁଖ- କରଣ, ୮ ବର୍ଷ ପରେ ଏହି ଯୋଡ଼ି କରିବ କମାଲ

ନୂଆଦିଲ୍ଲୀ: ୨୪ତମ ଆନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ ଆୱାଡ୍‌ର୍ସ(IIFA) ୨୦୨୪ ଆୟୋଜନ ହେବାର ତାରିଖ ଘୋଷଣା ହୋଇସାରିଛି । ଭାରତର ଲୋକପ୍ରିୟ ଆୱାର୍ଡ଼ ଇଭେଣ୍ଟ ମଧ୍ୟରୁ ଅନ୍ୟତମ IIFA । ଚଳିତ ବର୍ଷ ଏହି ଆୱାର୍ଡ଼ ଫଙ୍କସନ ଆବୁଧାବିର ୟାସ୍ ଦ୍ୱୀପରେ ଆୟୋଜିତ ହେବ । ଏହି ଗ୍ରାଣ୍ଡ୍ ଇଭେଣ୍ଟକୁ ବଲିଉଡର କିଙ୍ଗ୍ ଶାହରୁଖ ଖାନ୍ ଏବଂ ବିଶିଷ୍ଟ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରିବେ । ଏହି ଆୱାର୍ଡ଼ ମଞ୍ଚରେ ଦର୍ଶକଙ୍କୁ ମନୋରଞ୍ଜନର ଖୁରାକ୍ ଯୋଗାଇବେ ଦୁଇ ସେଲିବ୍ରିଟି ।

ଆସନ୍ତା ସେପ୍ଟେମ୍ବର ୨୭ରୁ ୨୯ ମଧ୍ୟରେ ଆବୁଧାବିର ୟାସ୍ ଦ୍ୱୀପରେ ଆୟୋଜିତ ହେବ IIFA 2024 । ଗତ ୨ ବର୍ଷରୁ ଏହି ଇଭେଣ୍ଟ୍ ଆବୁଧାବିରେ ଆୟୋଜିତ ହୋଇ ଆସୁଛି । ଶାହରୁଖ-କରଣଙ୍କ ଯୋଡ଼ି ଷ୍ଟେଜରେ ଧମାଲ କରିବ କାରଣ ଉଭୟଙ୍କ ଉତ୍ତମ ସେନ୍ସ୍ ଅଫ୍ ହ୍ୟୁମର ରହିଛି । ଏହି ଗ୍ରାଣ୍ଡ୍ ଇଭେଣ୍ଟକୁ ନେଇ କରଣ କହିଛନ୍ତି, ‘୨ ଦଶନ୍ଧିରୁ ଅଧିକ ମୁଁ IIFA 2024ର ଅଂଶବିଶେଷ ରହିଆସିଛି । ଶାହରୁଖ ଖାନଙ୍କ ସହ ଇଭେଣ୍ଟ ହୋଷ୍ଟ କରିବା ନେଇ ମୁଁ ବେଶ ଖୁସି ଅଛି ।’

 

View this post on Instagram

 

A post shared by IIFA Utsavam (@iifautsavam)

Get real time updates directly on you device, subscribe now.