fbpx

ପଞ୍ଜାବରେ ଗୁଣ୍ଡା ରାଜ୍: ଘରେ ପଶି NRIଙ୍କୁ ମାରିଲେ ଗୁଳି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଖରାପ ହୋଇଯାଇଛି । ନିକଟରେ ଏକ ଏନଆରଆଇ ପରିବାର ଉପରେ ଆକ୍ରମଣର ଏକ ଭିଡିଓ ସା୍ନାକୁ ଆସିଛି । ଏଥିରେ କିଛଇ ବଦମାସ୍ ଘରେ ପଶି ଅମୃତସରରେ ରହୁଥିବା ଏନଆରଆଇ ସୁଖଚେନ ସିଙ୍ଗକୁ ଗୁଳି ଚଳାଇଥିଲେ । ଗୁଳି ଲାଗିବାରୁ ହେତୁ ବ୍ୟକ୍ତି ଆହତ ହୋଇ ତଳେ ପଡିଯାଇଥିଲେ । ଏହା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଥିଲେ । ଭିଡିଓରେ ବ୍ୟକ୍ତିର ପତ୍ନୀ ଏବଂ ପିଲାମାନେ କାନ୍ଦୁଥିବା ଦେଖିବାକୁ ମିଳିଛି । ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ଅମୃତସରଠାରୁ ଆସିଛି । ଘଟଣାର ଆହତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏନଆରଆଇ ଉପରେ ଦିନ ଦ୍ୱିପହରେ ଘରେ ପଶି ଗୁଳି ମାରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଏବଂ ସେହି ଅଞ୍ଚଳରେ ସୁରକ୍ଷା ବିଷୟରେ ଚିନ୍ତିତ ଅଛନ୍ତି । ସିସିଟିଭିରେ କଏଦ ହୋଇଥିବା ଆକ୍ରମଣକାରୀମାନେ ଅଦୌ ଦୟା ଦେଖାଇ ନଥିଲେ । ତାଙ୍କ ବ୍ୟବହାରରେ ଦେଖାଉଥିଲା ଯେ କାହାକୁ ମାରିବା ପାଇଁ ତାଙ୍କ ପାଇଁ କିଛି ବଡ଼ ଡିଲ୍ ନୁହେଁ ।

ସୁଖଚେନଙ୍କ ଅବସ୍ଥା ଗୁରୁତର :-
ଗୁଳି ଲାଗିଥିବା ସୁଖଚେନ୍ ସିଂଙ୍କ ଅବସ୍ଥା ଏବେ ଗମ୍ଭୀର ଥିବା କୁହାଯାଉଛି । ସୁଖଚେନଙ୍କ ଘରର ଭିଡିଓ ଫୁଟେଜ୍ ହେତୁ ଲୋକଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଇଲା କାରଣ ଲୋକମାନେ ନ୍ୟାୟ ଚାହୁଁଛନ୍ତିି । ସୋସିଆଲ ମିଡିଆରେ ମଧ୍ୟ, ଅଭିଯୁକ୍ତ ବିରୋଧରେ ଆଇନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋର ଦେଉଛନ୍ତି ୟୁଜର ।

Get real time updates directly on you device, subscribe now.