fbpx

ଘୋର କଳିଯୁଗ… ଗାଈ ସହିତ ଖରାପ କାମ କରୁଥିଲା ଯୁବକ, ଧରିପକାଇ ମାଡ଼ ମାରିଲେ ହିନ୍ଦୁ ମହାସଭାର କର୍ମକର୍ତ୍ତା

ନୂଆଦିଲ୍ଲୀ: ମେରୁଟରେ ଘୋର କଳିଯୁଗର ଏକ ଏପରି ଚିତ୍ର ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଲଜ୍ଜିତ କରିଦେବ । ଚିତ୍ରଗୁଡ଼ିକ ମଧ୍ୟ ଏପରି ଯେ ଯିଏ ଦେଖୁଛି ଆଖି ଲଜ୍ଜାରେ ତଳକୁ ହେଇଯାଉଛି । ନେପାଳର ଜଣେ ବ୍ୟକ୍ତି ଗୋମାତା ସହିତ ଅନୈତିକ କାର୍ଯ୍ୟ କରୁଥିବା ଧରାପଡିଛି ।

ହିନ୍ଦୁ ମହାସଭାର କର୍ମକର୍ତ୍ତାମାନେ ତାଙ୍କୁ ଏଭଳି କାମ କରୁଥିବା ବେଳେ ଧରିପକାଇ ଖୁବ୍ ମାଡ଼ ମାରିବା ପରେ ପୋଲିସକୁ ଧରାଇଥିଲେ । ପୋଲିସ ଅଭିଯୁକ୍ତକୁ ପଚରାଉଚରା କରିବାରେ ବ୍ୟସ୍ତ ଅଛି ।

ମେରୁଟରେ ଗାଈ ସହିତ ଅନୈତିକ କାର୍ଯ୍ୟ କରୁଥିବା ଖେମଚାନ୍ଦଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଜଣେ ନେପାଳୀ ବ୍ୟକ୍ତି ମଧ୍ୟ ଗାଈ ସହିତ ଅନୈତିକ କାର୍ଯ୍ୟ କରୁଥିବା ନଜର ଆସିଛନ୍ତି । କିଛି ସମୟ ପରେ ଗାଈ ସହିତ ଅନୈତିକ କାର୍ଯ୍ୟ କରୁଥିବା ନେପାଳୀ ବ୍ୟକ୍ତିଙ୍କୁ ମାଡ ମରାଯାଏ । ତାଙ୍କୁ ବାଡିରେ ପିଟିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ହିନ୍ଦୁ ମହାସଭାର କର୍ମକର୍ତ୍ତା ।

କୁହାଯାଉଛି ଯେ ସେ ଅନେକ ସମୟରେ ଗାଈମାନଙ୍କ ସହ ଅନୈତିକ କାର୍ଯ୍ୟ କରିଆସୁଥିଲା, କିନ୍ତୁ ଏଥର ଧରାପଡ଼ିଛି । ଏହି ପ୍ରକାର ଆଲୋଚନା ପୂର୍ବରୁ ଥରେ ହୋଇଥିଲା, କିନ୍ତୁ ସେ ଧରା ପଡ଼ି ନଥିଲା । ଏହି ମାମଲା ମେରୁଟର ସଦର ବଜାର ପୋଲିସ ଷ୍ଟେସନ ଔଘଡ଼ନାଥ ମନ୍ଦିର ନିକଟରେ ଘଟିଛି ।

Get real time updates directly on you device, subscribe now.