ପୁରୁଷ, ସ୍ତ୍ରୀ ନା ପଶୁ, ଆରଜନ୍ମରେ କ’ଣ ହେବେ ଆପଣ ? ଏହିପରି ନିଷ୍ପତ୍ତି ନିଅନ୍ତି ଈଶ୍ୱର

ପ୍ରକୃତିର ଏକ ନିୟମ ରହିଛି, ଯିଏ ଜନ୍ମ ହୁଏ ସେ ମରିବ ନିଶ୍ଚିତ। ଅନେକ ଧର୍ମ ହିସାବରେ ମୃତ୍ୟୁ ପରେ ମଣିଷର ପୁନର୍ବାର ଜନ୍ମ ହୁଏ। ଏପରି ପରିସ୍ଥିତିରେ, ଅନେକ ଲୋକଙ୍କ ମନରେ ଏହି କୌତୁହଳ ଅଛି ଯେ ମୃତ୍ୟୁ ପରେ ପରବର୍ତ୍ତୀ ଜୀବନରେ ସେମାନଙ୍କ ସହିତ କ’ଣ ହେବ? ଅର୍ଥାତ୍ ସେ ଜଣେ ପୁରୁଷ, ସ୍ତ୍ରୀ ହେବେ କିମ୍ବା ପଶୁର ରୂପ ନେବେ | ହିନ୍ଦୁ ଧର୍ମର ଭାଷାରେ, ସେ କେଉଁ ଲିଙ୍ଗରେ ଜନ୍ମ ହେବେ ।

ସନାତନ ଧର୍ମରେ ଜନ୍ମ-ଜନ୍ମାନ୍ତର କଥା କୁହାଯାଇଥାଏ । ଏଥିସହିତ ଏହି ଧର୍ମରେ ଅନେକ ଶାସ୍ତ୍ର, ପୁରାଣ ଅଦି ରହିଛି । ଯେଉଁଥିରେ ଜୀବନର ଅନେକ ରହସ୍ୟ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଏହି ଶାସ୍ତ୍ର ମାନଙ୍କ ମଧ୍ୟରୁ ଗୋଟିଏ ଶାସ୍ତ୍ର ହେଉଛି ଗରୁଡ ପୁରାଣ । ଏହି ପୁରାଣରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ସେ କେଉଁ ରୂପରେ ପୁଣି ଜନ୍ମ ନେବ ସେ ବିଷୟରେ ଉଲ୍ଲେଖ ଅଛି । ତେବେ ଏହି ପବିତ୍ର ପୁରାଣ ଅନୁସାରେ ମଣିଷ ଏହି ଜନ୍ମରେ ଯେଉଁଭଳି କର୍ମ କରିଥିବ ତାର ଆର ଜନ୍ମ ସେହିଭଳି ହେବ ବୋଲି ଉଲ୍ଲେଖ ଅଛି । ବର୍ତ୍ତମାନ ଆସନ୍ତୁ ଜାଣିବା ମଣିଷ ମୃତ୍ୟୁପରେ ଆର ଜନ୍ମରେ କେଉଁ ରୂପ ଧାରଣ କରିବ ।

ଏହି ଲୋକ ପାଆନ୍ତି ପଶୁ ଜନ୍ମ: ଗରୁଡ ପୁରାଣ ଅନୁଯାୟୀ, ଯେଉଁ ଲୋକମାନେ ଏ ଜନ୍ମରେ ପଶୁ ଶିକାର କରିଥାନ୍ତି କିମ୍ବା ନିରିହ ପଶୁମାନଙ୍କୁ ହତ୍ୟା କରିଥାନ୍ତି , ସେମାନେ ଆର ଜନ୍ମରେ ପଶୁ ଜନ୍ମ ପାଇଥାନ୍ତି । ଏଥିସହିତ ସେମାନଙ୍କ ମୃତ୍ୟୁ କୌଣସି ଏକ କଂସାଇ ହାତରେ ହୋଇଥାଏ ।

ଏହି ଲୋକମାନେ ପାଆନ୍ତି ସ୍ତ୍ରୀ ଜନ୍ମ: ଯେଉଁ ପୁରୁଷମାନେ ଏ ଜନ୍ମରେ ସ୍ତ୍ରୀ ଲୋକଙ୍କ ପରି ପୋଷାକ ପିନ୍ଧିଥାନ୍ତି କିମ୍ବା ସେହିପରି ଆଚରଣ କରନ୍ତି ସେମାନେ ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ଜନ୍ମ ପାଇଥାନ୍ତି । ତେବେ ଖାସ କରି ଏହି ଜନ୍ମରେ କିନର ଜନ୍ମ ଗ୍ରହଣ କରିଥିବା ଲୋକେ ଆର ଜନ୍ମରେ ସ୍ତ୍ରୀ ରୂପରେ ଜନ୍ମ ହୋଇଥାନ୍ତି ବୋଲି ଗରୁଡ ପୁରାଣରେ ଉଲ୍ଲେଖ ରହିଛି ।

ଏହି ଲୋକମାନେ ପାଆନ୍ତି ନପୁଂସକ ଜନ୍ମ: ଗରୁଡ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷମାନେ ଏହି ଜନ୍ମରେ କୈଣସି ମହିଳାଙ୍କୁ ଯୌନ ଶୋଷଣ କରିଥାନ୍ତି କିମ୍ବା ସେମାନଙ୍କ ସହ ଅବୈଧ ସମ୍ପର୍କ ସ୍ଥାପନ କରିଥାନ୍ତି ସେମାନେ ଆର ଜନ୍ମରେ ନପୁଂସକ ଭାବେ ଜନ୍ମ ହୋଇଥାନ୍ତି । ଏଥିସହିତ ଯେଉଁ ପୁରୁଷମାନେ ମହିଳାମାନଙ୍କୁ ନିର୍ଯାତନା ଦେଇଥାନ୍ତି ସେମାନେ ଆର ଜନ୍ମରେ ଅନେକ ଦୁଃଖ ପାଇଥାନ୍ତି ।

ପେଚା ଜନ୍ମ ପାଆନ୍ତି ଏହି ଲୋକ: ଯେଉଁ ବ୍ୟକ୍ତି ଅନ୍ୟ ସହ ଛଳନା, ହିଂସା , ପ୍ରତାରଣା ଏବଂ ଧୋକା ଆଦି ଦେଇଥାଏ ସେମାନେ ପରବର୍ତ୍ତୀ ଜନ୍ମରେ ପେଚା ହୋଇ ଜନ୍ମ ହୋଇଥାନ୍ତି । ସେହିପରି ମିଛ କଥା କହି ଅନ୍ୟକୁ ଫଶାଉଥିବା ବ୍ୟକ୍ତି ଆର ଜନ୍ମରେ ଅନ୍ଧ ହୋଇ ଜନ୍ମ ହୋଇଥାନ୍ତି ।

ଅନେକ ସମସ୍ୟା ଦେଇ ଗତି କରନ୍ତି ଏହି ବ୍ୟକ୍ତି; ଯେଉଁ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ବୟସ୍କ କିମ୍ବା ନିଜର ଶିକ୍ଷକଙ୍କ ସହ ଖରାପ ବ୍ୟବହାର କରିଥାନ୍ତି ସେମାନେ ଆର ଜନ୍ମରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।