fbpx

ନିଜ ଡାଏଟରେ ସାମିଲ କରନ୍ତୁ ଅଁଳା, ହଳଦୀ ଓ ବେଲପତ୍ର: ଡାଇବେଟିସ୍‌ କୁ କରିପାରିବେ ନିୟନ୍ତ୍ରଣ

ବର୍ତ୍ତମାନ ଡାଇବେଟିସ୍‌ ଏକ ଏପରି ରୋଗ ହୋଇଗଲାଣି ଯେ, ଯଦି ଏହାକୁ ସଠିକ୍‌ ସମୟରେ ନିୟନ୍ତ୍ରଣ କରାନଯାଏ, ତେବେ ଆପଣ ଆଗକୁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆଜିକାଲି ଦେଶ ଅର୍ଥାତ ବିଶ୍ୱରେ ଲୋକମାନେ ଏହି ରୋଗର ଶିକାର ହେଉଛନ୍ତି । ଡାଇବେଟିସ୍‌ କାରଣରୁ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି ।

ଅନ୍‌ ହେଲଦି ଲାଇଫ୍‌ ଷ୍ଟାଇଲ୍‌, ଷ୍ଟ୍ରେସ୍‌ ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଲୋକମାନେ ଡାଇବେଟିସ୍‌ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସୁଗରକୁ ନିୟନ୍ତ୍ରଣ କରିବା ପାଇଁ, ଆପଣଙ୍କ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, ଏହା ବ୍ୟତୀତ ସୁଗର ନିୟନ୍ତ୍ରଣ କରିବା ପାଇଁ ଆପଣ କିଛି ଘରୋଇ ଉପଚାର ମଧ୍ୟ କରିବା ଉଚିତ୍ । ଆୟୁବେଦ ଅନୁଯାୟୀ, ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଖାଦ୍ୟରେ ଅଁଳା, ହଳଦୀ ଏବଂ ବେଲପତ୍ର ଅନ୍ତର୍ଭୁକ୍ତ କରିବା ଉଚିତ୍ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ୩ଟି ଜିନିଷକୁ ନିଜ ଡାଏଟ୍‌ ସାମିଲ କରିବେ ଏବଂ ଏଥିରୁ ଡାଇବେଟିସ୍‌ ରୋଗୀ କିପରି ଲାଭ ପାଇବେ ।

ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାରେ ଏହି ତିନୋଟି ଜିନିଷ ଲାଭଦାୟକ :
ଅଁଳା : ଅଁଳାରେ ଭିଟାମିନ୍ C, ଟେନିନ୍ ଏବଂ ଫ୍ଲାଭୋନାଏଡ୍ ଥାଏ ଯାହା ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା କ୍ରୋମିୟମ କାରଣରୁ ଏହା ସୁଗର ସ୍ପାଇକ୍ କମ୍‌ କରିଥାଏ । ଯାହା କାର୍ବୋହାଇଡ୍ରେଟ୍ ମେଟାବୋଲିଜିମ୍ ନିୟନ୍ତ୍ରଣ କରିବାରେ ଏବଂ ଶରୀରରେ ଇନସୁଲିନ୍ ସମ୍ବେଦନଶୀଳତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆପଣ ଅଁଳାକୁ ଯେକୌଣସି ରୂପରେ ଖାଇପାରିବେ । ଯେପରି ଫଳ, ରସ, ପାଉଡର ଇତ୍ୟାଦି । ଏଥିପାଇଁ ୧୫ ମିଲି ଅଁଳା ରସରେ ୧ ଚାମଚ ହଳଦୀ ମିଶାନ୍ତୁ ଏବଂ ସକାଳେ ଏହାକୁ ପ୍ରଥମେ ପିଆନ୍ତୁ କିମ୍ବା ଅଁଳା ଏବଂ ହଳଦୀ ପାଉଡରକୁ ସମାନ ପରିମାଣରେ ମିଶାନ୍ତୁ ଏବଂ ଖାଲି ପେଟରେ ସକାଳ କିମ୍ବା ରାତିରେ ୧ ଚାମଚ ଖାଆନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣ ଅନେକ ସମସ୍ୟା ମୁକ୍ତି ପାଇପାରିବେ ।

ହଳଦୀ : ଆୟୁର୍ବେଦ ଅନୁଯାୟୀ, ଡାଇବେଟିସ୍‌ ଚିକିତ୍ସାରେ ହଳଦୀ ବହୁତ ଲାଭଦାୟକ ହୋଇଥାଏ । ତେବେ ହଳଦୀରେ ଅନେକ ଔଷଧୀୟ ଗୁଣ ରହିଥାଏ । ଏଥିରେ ଅନେକ ପ୍ରକାରର ଭଲ ଜିନିଷ ଥାଏ ଯାହା ପ୍ରଦାହକୁ କମ୍‌ କରିବାରେ, ବ୍ଲଡ ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିସହିତ ଏହାର ପ୍ରତିରୋଧକୁ କମ୍‌ କରି ଶରୀରରେ ଇନସୁଲିନ୍ କୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ଓଜନ କମ୍‌ ଏବଂ କୋଲେଷ୍ଟ୍ରଲ ଠିକ୍‌ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ବେଲପତ୍ର : ବେଲପତ୍ର ପଲିୟୁରିଆକୁ ରୋକିବାରେ ସାହାଯ୍ୟ କରିଥାଏ । ଯାହା ଶରୀର ଫୁଲାରୁ ମଧ୍ୟ ମୁକ୍ତି ଦେଇଥାଏ । ଏହା ସହ ଶରୀରରେ ଇନସୁଲିନ୍ ଉତ୍ପାଦନ କରିବାକୁ ସାହାଯ୍ୟ କରିଥାଏ ଯାହାକି ଆପଣଙ୍କ ସୁଗର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଶରୀରରେ କୋଲେଷ୍ଟ୍ରଲ, ହଜମ, ହାର୍ଟ ଏବଂ ଫୁସଫୁସ ସ୍ୱାସ୍ଥ୍ୟକୁ ମଧ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ନିଜ ପ୍ରତିଦିନ ଖାଦ୍ୟରେ ଏହି ୩ଟି ଜିନିଷ ସାମିଲ କରିପାରିବେ । ଯାହାଫଳରେ ଆପଣ ହେଲଦି ରହିବେ ଏବଂ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରୁ ମୁକ୍ତି ପାଇବେ ।

Get real time updates directly on you device, subscribe now.