fbpx

ବିଜେପିରେ ଚମ୍ପାଇ ସୋରେନଙ୍କ ସାମିଲ ହେବା କନଫର୍ମ ! ଶାହାଙ୍କ ସହ ମିଟିଂ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଜେଏଏମ୍ ନେତା ଚମ୍ପାଇ ସୋରେନ୍ ଖୁବ୍ ଶୀଘ୍ର ବିଜେପିରେ ସାମିଲ ହେବେ । ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ଚମ୍ପାଇ ସୋରେନଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପରେ ଆସାମ ସିଏମ ଏହି ଦାବି କରିଛନ୍ତି ।

ସେ କହିଛନ୍ତି ଯେ ଚମ୍ପାଇ ଏହି ସପ୍ତାହରେ ବିଜେପିରେ ଯୋଗଦେବେ ।

ଆସାମ ସିଏମ ହିମନ୍ତ ବିଶ୍ୱଶର୍ମା ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଛନ୍ତି, “ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ ଜୀ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ । ସେ ଅଗଷ୍ଟ ୩୦ ରେ ରାଞ୍ଚିରେ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ହେବେ ।’

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟତୀତ ଚମ୍ପାଇ ସୋରେନ ଏବଂ ପୁଅ ବାବୁଲାଲ ସୋରେନ ମଧ୍ୟ ସୋମବାର (୨୬ ଅଗଷ୍ଟ) ଶାହାଙ୍କ ସହ ସାକ୍ଷାତ ସମୟରେ ଉପସ୍ଥିତ ଥିଲେ । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନିଜେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ ଚମ୍ପାଇ ସୋରେନ ବିଜେପିରେ ଯୋଗଦେବାକୁ ଯାଉଛନ୍ତି ।

Get real time updates directly on you device, subscribe now.