fbpx

ସାହିତ୍ୟ ଏକାଡେମୀ ପକ୍ଷରୁ ବିଜ୍ଞପ୍ତି: ସେକ୍ରେଟାରୀ, ସମ୍ପାଦକ, କନିଷ୍ଠ କିରାଣୀ, MTS ପଦ ପୂରଣ ହେବ

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୧୧ ପ୍ରକାର ପଦ ପୂରଣ ହେବାକୁ ଥିବା ବେଳେ ସେପ୍ଟେମ୍ବର ମାସ ୧୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ସମସ୍ତ ପଦର ସଂଖ୍ୟା ଓ ବେତନ ହାର ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଯୋଗ୍ୟ ପ୍ରାର୍ଥୀଙ୍କୁ ନୂଆଦିଲ୍ଲୀ ମୁଖ୍ୟା କାର୍ଯ୍ୟାୟଳ, ଆଞ୍ଚଳିକ କାର୍ଯ୍ୟାଳୟ ବେଙ୍ଗାଲୁରୁ ଓ ମୁମ୍ବାଇଠାରେ ନିଯୁକ୍ତି ଦିଆଯିବ ।

ଡେପୁଟୀ ସେକ୍ରେଟାରୀ (ଜେନେରାଲ-ଆଡମିନ) ପାଇଁ ୧ଟି, ଡେପୁଟୀ ସେକ୍ରେଟାରୀ (ଜେନେରାଲ-ସେଲ୍ସ) ପାଇଁ ୧ଟି, ଆଞ୍ଚଳିକ ସଚିବ ପାଇଁ ୨ଟି, ସହ ସହକାରୀ ର୍ପାଁ ୧ଟି, ପବ୍ଲିକେସନ ସମ୍ପାଦକ ପାଇଁ ୧ଟି, ସହ-ସମ୍ପାଦକ (ଇଂରାଜୀ) ପାଇଁ ୧ଟି, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପାଇଁ ୧ଟି, ଷ୍ଟେନୋଗ୍ରାଫର ଗ୍ରେଡ-୨ ପାଇଁ ୧ଟି, ପ୍ରୁଫ ରିଡର କମ୍ ଜେନେରାଲ ଆସିଷ୍ଟାଣ୍ଟ ପାଇଁ ୧ଟି, କନିଷ୍ଠ କିରାଣୀ ପାଇଁ ୧ଟି, ମଲ୍ଟି ଟାସ୍କିଂ ଷ୍ଟାଫ (ଏମଟିଏସ) ପାଇଁ ୧ଟି ପଦ ଖାଲି ରହିଛି ।

ନୋଟିଫିକେସନ ଲିଙ୍କ: https://sahitya-akademi.gov.in/pdf/Advertisement_17-08-2024.pdf

Get real time updates directly on you device, subscribe now.