fbpx

Kolkata Doctor Rape-Murder Case: ASI ଅନୁପ ଦତ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ, ସିବିଆଇକୁ ଅନୁମତି ଦେଲେ କୋର୍ଟ

କୋଲକାତା: ସିବିଆଇକୁ କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ଏଏସଆଇ ଅନୂପ ଦତ୍ତଙ୍କ ପଲିଗ୍ରାଫ ଟେଷ୍ଟ କରିବାର ଅନୁମତି ମିଳିଛି। ଅନୁପ ଦତ୍ତ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପାଖ ଲୋକ, ଦୁଷ୍କର୍ମ ଏବଂ ହତ୍ୟା ପରେ ଅଭିଯୁକ୍ତ ଅନୁପ ଦତ୍ତଙ୍କ ବ୍ୟାରେକକୁ ବିଶ୍ରାମ ନେବାକୁ ଯାଇଥିଲା। ସିବିଆଇକୁ ଅନୁମତି ମିଳିସାରିଛି। ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ ଶେଷ ହୋଇଛି। ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ ଥରକରେ ଶେଷ ହୋଇନଥିଲା।

ଅନୁପ ଦତ୍ତ ସେତେବେଳେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ଗତ ସପ୍ତାହରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ ସଞ୍ଜୟ ରାୟଙ୍କୁ ମଧ୍ୟ ଅନୁପ ଦତ୍ତଙ୍କ ଘରୁ ଗିରଫ କରାଯାଇଥିଲା। କ୍ରେନ୍ଦ୍ରୀୟ ଏଜେନ୍ସିଙ୍କୁ କୋର୍ଟଙ୍କଠାରୁ ବର୍ତ୍ତମାନ ଏହି ଅନୁମତି ମିଳିଛି।

Get real time updates directly on you device, subscribe now.