fbpx

Big Breaking: CHSE ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ସିଏଚଏସଇ ରେକର୍ଡ ସପ୍ଲାୟର ଗିରଫ। ପୁରେନ୍ଦ୍ର ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ହିଁ ପୁରେନ୍ଦ୍ର ସେଠୀଙ୍କୁ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱରରେ ୧୦ହଜାର ୮୮୦ ସ୍କୋୟାରଫୁଟର ବିଲ୍ଡିଂ ରହିଛି। ୧୬ ଲକ୍ଷ ୭୭ ହଜାର ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଛି। ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା, ୨ଟି କାର ଜବତ ହେବ।

ଗତକାଲି CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ୨ଟି ସ୍ଥାନ ଓ ଜଗତସିଂହପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସର ରେଡ୍ ଚାଲିଥିଲା।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏକ କାଳୀନ ୩ଟି ସ୍ଥାନରେ ଚାଲିଥିଲା ଭିଜିଲାନ୍ସର ରେଡ୍ । ତେବେ ବର୍ତ୍ତମାନ ଟଙ୍କା, କାର ଏବଂ ସମ୍ପତ୍ତି ଜବତ ହେବାପରେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.