fbpx

ଗଣେଶଙ୍କ ପୂଜାରେ ବ୍ୟବହାର କରାଯାଏନି ତୁଳସୀ , ଜାଣନ୍ତୁ ଏହା ପଛର ପୌରାଣିକ କଥା

ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷ ସେପ୍ଚେମ୍ବର ୭ ତାରିଖ ଦିନ ଦେଶର ପ୍ରତ୍ୟକ ସ୍ଥାନରେ ପାଳନା କରାଯିବ ଗଣେଶ ପୂଜା । ଗଣପତିଙ୍କର ପୂଜା ୧୦ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ବିଶ୍ୱାସ ରହିଛି ଯେ ଭକ୍ତି ସହିତ ପୂଜା କରିବା ଦ୍ୱାରା ବିଘ୍ନବିନାଶକ ଆପଣଙ୍କର ସମସ୍ତ ଅସୁବିଧା ଦୂର ହୋଇଥାଏ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯିବା ଉଚିତ ନୁହେଁ, କିନ୍ତୁ ଏହା ପଛରେ ରହିଛି ପୌରାଣିକ କଥା । ତେବେ ଚାଲନ୍ତୁ ଜାଣିବା ତୁଳସୀ କାହିଁକି ବ୍ୟବହାର କରାଯାଏ ନାହିଁ । ପୌରାଣିକ କିମ୍ୱଦନ୍ତୀ ଅନୁସାରେ ଏକଦା ଗଣେଶ ସମୁଦ୍ର କୂଳରେ ବସି ଧ୍ୟାନ କରୁଥିଲେ । ସେହି ସମୟରେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ । ଗଣେଶ ବେକରେ ଚନ୍ଦନ ମାଳ ,ଅନ୍ୟାନ୍ୟ ରତ୍ନର ହାର ପିନ୍ଧି ତପସ୍ୟା କରୁଥିଲେ ।

ମା ତୁଳସୀଙ୍କୁ ବିଘ୍ନବିନାଶକଙ୍କର ଏହି ରୂପ ବିମୋହିତ କରିଥିଲା । ସେ ଗଣେଶଙ୍କୁ ଦେଖି ଆକର୍ଷିତ ହୋଇଥିଲେ । ତା’ପରେ ମା’ ତୁଲସୀ ଗଣେଶଙ୍କୁ ଉଠାଇ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ତାଙ୍କ ତପସ୍ୟା ଭଙ୍ଗ କରିଥିବାରୁ ଗଣେଶ ବିଷଣ ରାଗି ଯାଇଥିଲେ ଓ ତୁଳସୀଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ । ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ମନା କରିଦେଇଥିଲେ ।

ସେପଟେ ତୁଳସୀ ମଧ୍ୟ କ୍ରୋଧରେ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ଦୁଇଟି ବିବାହ କରିବ । ଏହି ସମୟରେ ଭଗବାନ ଗଣେଶ କ୍ରୋଧିତ ହୋଇ ତୁଲସୀଙ୍କୁ ରାକ୍ଷସ ସହ ବିବାହ କରିବାକୁ ଅଭିଶାପ ଦେଇଥିଲେ । ଏହା ଶୁଣି ତୁଲସୀ କ୍ଷମା ମାଗିବାକୁ ଲାଗିଥିଲେ । ସେତେବେଳେ ଗଣେଶ କହିଥିଲେ ତୁମେ କଳିଯୁଗରେ ତୁଳସୀର ବ୍ୟବହାର କଲେ ମନୁଷ୍ୟକୁ ମୌକ୍ଷ ପ୍ରାପ୍ତି ହେବ ।

ହେଲେ ମୋ ପୂଜାରେ କେବେ ତୁମର ଅର୍ଥାତ୍ ଗଣେଶଙ୍କ ପୂଜାରେ କେବେ ତୁଳସୀର ବ୍ୟବହାର ହେବ ନାହିଁ । ସେଥିପାଇଁ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର ହୁଏ ନାହିଁ। ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ପବିତ୍ର ତୁଳସୀ ଗଛକୁ ମାନା ଯାଏ । ସେହିପରି ଜନ୍ମାଷ୍ଟମୀ ଦିନ ତୁଲସୀ ପତ୍ର ବିନା ଭଗବାନ କୃଷ୍ଣଙ୍କର କୌଣସି ଭୋଗ ରଖାଯାଏ ନାହିଁ । ତୁଲସୀ ପତ୍ରକୁ କୃଷ୍ଣଙ୍କ ପୂଜାରେ ରଖିବା ଆବଶ୍ୟକ।

Get real time updates directly on you device, subscribe now.