fbpx

ଅମ୍ବାନୀଙ୍କ ବଡ଼ ଘୋଷଣା; AI-Cloud Welcome ଅଫର, Jio ୟୁଜର୍ସଙ୍କୁ ମିଳିବ ୧୦୦ GB ମାଗଣା ଷ୍ଟୋରେଜ୍

ମୁମ୍ୱାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଜିଓ AI-Cloud Welcome ଅଫର୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି, ଯେଉଁଥିରେ ପ୍ରତ୍ୟେକ ଜିଓ ଉପଭୋକ୍ତାଙ୍କୁ ୧୦୦ ଜିବି କ୍ଲାଉଡ ଷ୍ଟୋରେଜ୍ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୭ତମ ଏଜିଏମ୍ ବୈଠକରେ ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି, ଜିଓ AI-Cloud Welcome ଅଫର ଚଳିତ ବର୍ଷ ଦୀପାବଳିରେ ଲଞ୍ଚ ହେବ ।

ମୁକେଶ ଅମ୍ବାନୀ କହିଛନ୍ତି, ଜିଓ AI-Cloud Welcome ଅଫର ଘୋଷଣା କରି ମୁଁ ବହୁତ ଖୁସି । ଜିଓ ଉପଭୋକ୍ତାଙ୍କୁ ୧୦୦ ଜିବି ଏଫ୍ ପିଆଇ Cloud ଷ୍ଟୋରେଜ୍ ମିଳିବ ଯେଉଁଥିରେ ସେମାନେ ନିଜର ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଡିଜିଟାଲ ବିଷୟବସ୍ତୁ ଏବଂ ଡାଟା ଷ୍ଟୋର୍ କରିପାରିବେ । “ଆମେ ଚଳିତ ବର୍ଷ ଦୀପାବଳିରେ ଜିଓ AI-Cloud Welcome ଅଫର ଆରମ୍ଭ କରିବୁ, ଯେଉଁଥିରେ Cloud ଡାଟା ଷ୍ଟୋରେଜ୍ ଏବଂ ଡାଟା-ଚାଳିତ ୨ ସେବା ସହିତ ଶକ୍ତିଶାଳୀ ଏବଂ ସୁଲଭ ସମାଧାନ ସମସ୍ତଙ୍କ ପାଇଁ ଏକାଠି ହେବ।

Get real time updates directly on you device, subscribe now.