fbpx

ଆସିଲା ବଡ଼ ଅପଡେଟ୍: NEET PG 2024 ସ୍କୋରକାର୍ଡ ଅଗଷ୍ଟ ୩୦ରେ ଜାରି ହେବ

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା-ସ୍ନାତକୋତ୍ତର (ନୀଟ ପିଜି) ୨୦୨୪ ପରୀକ୍ଷା ସମ୍ବନ୍ଧରେ ଆସିଛି ଏକ ବଡ଼ ଅପଡେଟ୍ । ଅଗଷ୍ଟ ୩୦ ତାରିଖରେ ନୀଟ ପିଜି ସ୍କୋରକାର୍ଡ ଜାରି ହେବ । ସ୍କୋରକାର୍ଡ ଜାରି ହେବା ପରେ ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ (ଏନବିଇଏମଏସ) କାଉନସିଲ ପାଇଁ ଶିଡ୍ୟୁଲ ଜାରି କରିପାରେ । ଗତ ୨୩ ତାରିଖରେ ପରୀକ୍ଷାର ଫଳାଫଳ ଘୋଷଣା ହୋଇଥିଲା । ଏନବିଇଏମଏସର ଅଫିସିଆଲ ୱେବସାଇଟ୍ https://nbe.edu.in/ରେ ଏହାକୁ ଜାରି କରାଯିବ ।

ଛାତ୍ରଛାତ୍ରୀମାନେ ନିଜ ନିଜର ରେଜିଷ୍ଟ୍ରେସନ ନମ୍ବର, ରୋଲ ନମ୍ବରକୁ ବ୍ୟବହାର କରି ନିଜର ସ୍କୋରକାର୍ଡକୁ ଡାଉନଲୋଡ୍ କରିପାରିବେ । ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ନୀଟ ପିଜି ୨୦୨୪ ପରୀକ୍ଷା ଆୟୋଜିତ ହୋଇଥିଲା । ଦୁଇଟି ଶିଫ୍ଟରେ ପରୀକ୍ଷା ହୋଇଥିବା ବେଳେ ପ୍ରଥମ ଶିଫ୍ଟ ସକାଳ ୯.୩୦ରୁ ଦ୍ୱିପ୍ରହର ୧୨.୩୦ ପର୍ଯ୍ୟନ୍ତ ଓ ଦ୍ୱିତୀୟ ଶିଫ୍ଟ ଦ୍ୱିପ୍ରହର ୩.୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା ସିବିଟି ମୋଡ଼ରେ ହୋଇଥିଲା । ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ ୱେବସାଇଟରେ ଲିଙ୍କ ଆକ୍ଟିଭ କରାଯିବ ।

Get real time updates directly on you device, subscribe now.