fbpx

ସକାଳୁ ଉଠିବା ପରେ ଏପରି ଲାଗୁଥିଲେ ଯାଞ୍ଚ କରନ୍ତୁ ଡାଇବେଟିସ, ଅଣଦେଖା କଲେ ଭୋଗିବେ ଅସୁବିଧା

ଓଡ଼ିଶା ଭାସ୍କର: ଡାଇବେଟିସକୁ ସାଇଲେଣ୍ଟ କିଲର କୁହାଯାଇଥାଏ। ଯେତେବେଳେ ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢିଯାଏ, ଏବଂ ଇନସୁଲିନ ହ୍ରାସ ପାଇଥାଏ, ସେତେବେଳେ ଡାଇବେଟିସ ଭଳି ରୋଗ ହୋଇଥାଏ। ଡାଇବେଟିସକୁ ଭୟଙ୍କର ବୋଲି କୁହାଯାଏ, କାରଣ ଏହା ଧିରେ ଧିରେ ଅନ୍ୟ ଅଙ୍ଗକୁ ମଧ୍ୟ ଖରାପ କରିଥାଏ। ବର୍ତ୍ତମାନ ଛୋଟ ପିଲାଙ୍କୁ ମଧ୍ୟ ଡାଇବେଟିସ ହେଉଛି। ଯାହାକି ଟାଇପ୧ ଏବଂ ଟାଇପ୨ ନାମରେ ବିଭକ୍ତ। ୧ରୁ ୪୦ ବର୍ଷ ଯାଏଁ ଲୋକଙ୍କୁ ଟାଇପ୧ ଏବଂ ୪୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଡାଇବେଟିସ ହେଲେ ତାହା ଟାଇପ୨ ନାମରେ ନାମିତ। ଅନେକଥର ଡାଇବେଟିସର ଲକ୍ଷଣକୁ ଲୋକେ ଅଣଦେଖା କରିଥାଆନ୍ତି। କିନ୍ତୁ ଏହା ଭୟଙ୍କର ହୋଇପାରେ।

ସକାଳୁ ଉଠିବା ପରେ ଏହା ଲାଗୁଥିଲେ, କରନ୍ତୁ ଡାଇବେଟିସ ଟେଷ୍ଟ:

ମୁହଁ ଶୁଖିବା ଏବଂ ଶୋଷ ଲାଗିବା: ସକାଳୁ ଯଦି ଆପଣଙ୍କ ମୁହଁ ଶୁଖିଯାଉଛି ଏବଂ ଜୋରରେ ଶୋଷ ଲାଗୁଛି ତେବେ ବ୍ଲଡ ସୁଗାର ବଢିବାର ସଂକେତ। ଡାଇବେଟିସର ରୋଗୀଙ୍କର ତଣ୍ଟି ଶୁଖିଯାଇଥାଏ, କାରଣ ସୁଗାର ବଢିଯାଇଥାଏ।

ସ୍ପଷ୍ଟ ଦେଖାନଯିବା: ସକାଳେ ଅନେକ ଥର ସ୍ପଷ୍ଟ ଦେଖାଯାଇନଥାଏ। ଯଦି ଆପଣଙ୍କୁ ମଧ୍ୟ ଏପରି ଅନୁଭବ ହେଉଛି ତେବେ ଏହାର କାରଣ ବ୍ଲଡ ସୁଗାର ହାଇ ହୋଇଥାଏ। ଡାକ୍ତରଙ୍କ ଅନୁଯାୟୀ, ଡାଇବେଟିସର ପ୍ରଭାବ ଆଖି ଉପରେ ପଡିଥାଏ, ଲେନ୍ସ ବଡ ହେବାର କାରଣ ଅସ୍ପଷ୍ଟ ଦେଖାଯିବା।

ଥକାପଣ ଅନୁଭବ ହେବା: ରାତିସାରା ଶୋଇବା ପରେ ମଧ୍ୟ ସକାଳ ଉଠି ଆପଣଙ୍କୁ ଥକ୍କା ଏବଂ କମଜୋର ଅନୁଭବ ହେଉଥିଲେ, ବ୍ଲଡ ସୁଗାର ଅବଶ୍ୟ ଚେକ କରନ୍ତୁ। ଶରୀରରେ ବ୍ଲଡ ସୁଗାର ବଢିଲେ ଥକ୍କା ଏବଂ ଚିନ୍ତା ଅନୁଭବ ହୋଇଥାଏ। ଲୋକେ ଏହାକୁ ଅଣାଦେଖା କରିଥାଆନ୍ତି।

ହାତ ଥରିବା: ଅନେକଥର ଲୋକଙ୍କ ହାତ ଥରିବାରେ ଲାଗିଥାଏ। ଯେତେବେଳେ ସୁଗାର ଲେବଲ 4 mmo ରୁ କମ ହୋଇଥାଏ, ସେତେବେଳେ ଭୋକ ଲାଗିବା, ହାତ କମ୍ପିବା, ଅଧିକ ଝାଳ ବହିବା ଭଳି ଲକ୍ଷଣ ଅନୁଭବ ହୋଇଥାଏ, ଏହି ସମୟରେ ଆଉ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେଇ ଡାଇବେଟିସ ଚେକ କରିବା ଆବଶ୍ୟକ।

Get real time updates directly on you device, subscribe now.