fbpx

ମହାରାଷ୍ଟ୍ର: କଂଗ୍ରେସରୁ ବହିଷ୍କୃତ ହେଲେ ଦୁଇଜଣ ବିଧାୟକ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରୁ ଆସିଛି ଦୁଇଟି ବଡ଼ ଖବର । ବାନ୍ଦ୍ରା ବିଧାୟକ ଜିଶାନ ସିଦ୍ଦିକୀ ଓ ନନ୍ଦେଦ ବିଧାୟକ ଜିତେଶ ଅନ୍ତାପୁରକରଙ୍କୁ କଂଗ୍ରେସ ବହିଷ୍କୃତ କରିଛି । ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦୁଇ ବିଧାୟକଙ୍କ ଉପରେ ଦଳର ଏହି କାର୍ଯ୍ୟାନୁଷ୍ଠାନ ଦଳୀୟ ସଂଗଠନ ଉପରେ ପ୍ରଭାବ ପକାଇପାରେ । ଗତ ଜୁଲାଇ ମାସରେ ହୋଇଥିବା ଷ୍ଟେଟ ଲେଜିସ୍ଲେଟିଭ୍ ନିର୍ବାଚନ ସମୟରେ ଏହି ଦୁଇ ବିଧାୟକ କ୍ରସ ଭୋଟିଂ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ବିଧାୟକ ସିଦ୍ଦିକୀଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ନେଇ ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲେ ସ୍ପଷ୍ଟ କରିଛନ୍ତି । ସେହିପରି ବିଧାୟକ ଜିତେଶ ଦଳରୁ ଇସ୍ତଫା ଦେଇଥିବା ନେଇ ପାଟୋଲେଙ୍କ ପ୍ରଶ୍ନ କରାଯାଇଥିଲା । ଏହି ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ପାଟୋଲେ କହିଥିଲେ । ଜିତେଶ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଉଥିବା ବେଳେ ଜିତେଶ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ନେତାଙ୍କର ଦଳ ବଦଳ ଏକ ସାଧାରଣ କଥା । କ୍ଷମତା ଲୋଭରେ ଅନେକ ନେତା ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥାନ୍ତି ।

Get real time updates directly on you device, subscribe now.