fbpx

ରାଜ୍ୟରେ ଖୋଲିବ ୨୫ଟି ନୂତନ ଅବକାରୀ ଥାନା, ଜାଣନ୍ତୁ କେଉଁଠି ଖୋଲିବ ?

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ମଦ ସହ ଜଡ଼ିତ ଅପରାଧିକ ମାମଲା । ଏହାକୁ ରୋକିବା ସହ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଅବକାରୀ ଥାନା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏଥିମଧ୍ୟରେ ରାଜ୍ୟର ୧୬ଟି ସ୍ଥାନରେ ୨୫ଟି ନୂତନ ଅବକାରୀ ଥାନା ଖୋଲିବ । ଏନେଇ ଅବକାରୀ ନର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି ।

ଚିକିଟି ମଦ ମୃତ୍ୟୁ ମାମଲାକୁ ଭିତ୍ତି କରି ଗଞ୍ଜାମରେ ୬ଟି ଅବକାରୀ ଥାନା ଖୋଲିବ । ସେହିପରି ବାଲେଶ୍ୱରରେ ୩ଟି, କଟକ, ନୟାଗଡ଼, ମୟୁରଭଞ୍ଜରେ ୨ଟି ଲେଖାଏଁ ଅବକାରୀ ଥାନା ଖୋଲିବ । ତେବେ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିର୍ତ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Get real time updates directly on you device, subscribe now.