fbpx

ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣିଙ୍କୁ ଭିଜିଲାନ୍ସ ଗିରଫ କରିବା ଖବର ସାମ୍ନାକୁ ଆସିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ପ୍ରଦୀପ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ। ଭିଜିଲାନ୍ସର ଚଢାଉ ବେଳେ ଠାବ ହୋଇଛି ଦାମୀ ବିଲ୍ଡିଂ, ବାଲେଶ୍ୱରରେ ଥିବା ବିରାଟ ମାର୍କେଟ କମ୍ପେ୍ଲକ୍ସ, ଶେରଗଡ଼ରେ ଥିବା ୧କୋଟି ୯ ଲକ୍ଷ ଟଙ୍କାର ମାର୍କେଟ କମ୍ପେ୍ଲକ୍ସ, ଏବଂ ୬କୋଟି ଦାମୀ ପ୍ଲଟ।

ସୂଚନାନୁଯାୟୀ, ଅଗଷ୍ଟ ୩୦ ତାରିଖ ସକାଳେ ବାଲେଶ୍ୱର ଡିଇଓ ଅଫିସ୍ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉ ସମୟରେ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ ଛାନଭିନ କରିଥିଲେ। ତେବେ ସମସ୍ତ ଆୟବହିର୍ଭୂତ ସଂପତ୍ତି ଠାବ କରିବା ପରେ ପ୍ରଦୀପ ଦାସଙ୍କୁ ଗିରଫ କରାଯାଇଛି।

Get real time updates directly on you device, subscribe now.