fbpx

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ତାରିଖ ବଦଳିଲା: ଅକ୍ଟୋବର ୮ରେ ପ୍ରକାଶ ପାଇବ ରେଜଲ୍ଟ

ନୂଆଦିଲ୍ଲୀ: ୩ଟି ପର୍ଯ୍ୟାୟରେ ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ମତଦାନ, ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଓ ଅକ୍ଟୋବର ୧ରେ ତୃତୀୟ ମତଦାନ ଗ୍ରହଣ କରାଯିବ । ତେବେ ପୂର୍ବରୁ ଅକ୍ଟୋବର ୪ରେ ଫଳାଫଳ ଘୋଷଣା ହେବା ନେଇ ସ୍ଥିର ହୋଇଥିବା ଏବେ ଉକ୍ତ ତାରିଖ ବଦଳି ଯାଇଛି । ଅକ୍ଟୋବର ୮ରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ଏନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏକ ବଡ଼ ଘୋଷଣା କରିଛନ୍ତି ।

ସେହିପରି ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପୂର୍ବରୁ ଅକ୍ଟୋବର ୧ରେ ରାଜ୍ୟରେ ବିଧାନସଭା ନିର୍ବାଚନର ମତଦାନ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏବେ ଅକ୍ଟୋବର ୫ ତାରିଖରେ ମତଦାନ ହେବ । ଏଥିସହିତ ପୂର୍ବରୁ ଅକ୍ଟୋବର ୪ରେ ଫଳାଫଳ ଘୋଷଣା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଅକ୍ଟୋବର ୮ରେ ଫଳାଫଳ ଘୋଷଣା ହେବ । ଦୁଇ ରାଜ୍ୟକୁ ନେଇ ନିର୍ବାଚନ ଆୟୋଗ ବଡ଼ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.