fbpx

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ: ମହିଳା ଶୁଟିଂରେ ପଦକ ଆଣିଲେ ରୁବିନା ଫ୍ରାନସିସ୍

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତ ଜିତିଛି ପଞ୍ଚମ ପଦକ । ମହିଳା ଶୁଟିଂରେ ଭାରତ ପାଇଁ ରୁବିନା ଫ୍ରାନସିସ୍ ଏହି ଗୌରବ ଆଣିଦେଇଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ (ଏସଏଚ୧)ରେ ରୁବିନା ବ୍ରୋଞ୍ଜ ପଦକ ଜିତିଛନ୍ତି । ରୁବିନା ଫାଇନାଲ ମୁକାବିଲାରେ ୨୧୧.୧ ଅଙ୍କ ହାସଲ କରି ଭାରତର ପଦକ ସଂଖ୍ୟାକୁ ୫କୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ୧ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତିଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୦ରେ ଶୁଟିଂରେ ଭାରତ ପ୍ରଥମେ ଗୋଟିଏ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲା । ୧୦ ମିଟର ଏୟାର ରାଇଫଲ (ଏସଏଚ୧) ଇଭେଣ୍ଟରେ ଭାରତୀୟ ମହିଳା ଶୁଟର ଅବନୀ ଲେଖରା ସ୍ୱର୍ଣ୍ଣ ଜିତିଥିବା ବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ଜିତିଥିଲେ । ଏହାପରେ ୧୦୦ ମିଟର ଟି୩୫ ରେସରେ ଭାରତୀୟ ଧାବିକା ପ୍ରୀତି ପାଲ ନିଜର ପ୍ରଥମ ପାରାଅଲିମ୍ପିକ୍ସ ପଦକ ଭାବେ ବ୍ରୋଞ୍ଜ ଜିତିଥିଲେ । ତା’ପରେ ଭାରତୀୟ କ୍ରୀଡ଼ାବିତ୍ ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଗତକାଲିର ୪ଟି ପଦକ ଓ ଆଜିର ୧ଟି ପଦକକୁ ମିଶାଇ ଏବେ ଭାରତ ମୋଟ ୫ଟି ପଦକ ଜିତିଛି ।

Get real time updates directly on you device, subscribe now.