fbpx

ଟି-୨୦ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି ଷ୍ଟାର ଅଲରାଉଣ୍ଡର, ଜାଣନ୍ତୁ କେବେ ଖେଳିବେ ଶେଷ ମ୍ୟାଚ୍ ?

ନୂଆଦିଲ୍ଲୀ: ଆଇପିଏଲର ସବୁଠାରୁ ସଫଳ ଟିମ୍ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୪ ଥର ଚମ୍ପିଆନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ(Dwayne Bravo) ଟି-୨୦ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । କାରିବିଆନ୍ ପ୍ରିମିୟର ଲିଗ୍‌(CPL) ତାଙ୍କର ଶେଷ ଟି- ୨୦ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସୂଚନା ଦେଇଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଏନେଇ ସେ ଶନିବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ ।

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ୪୦ ବର୍ଷୀୟ ଡ୍ୱେନ୍ ବ୍ରାଭୋ ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ ଏବଂ ଆଇପିଏଲରୁ ସନ୍ୟାସ ନେଇସାରିଛନ୍ତି । ବର୍ତ୍ତମାନ ସେ ଟି-୨୦ କ୍ରିକେଟକୁ ଅଲବିଦା କହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । CPLରେ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର ହେଉଛନ୍ତି ବ୍ରାଭୋ । ତାଙ୍କ କ୍ୟାରିୟରରେ ସେ ମୋଟ୍ ୬୩୦ ୱିକେଟ୍ ସହ ୬୯୭୦ ରନ୍ ସଂଗ୍ରହ କରିଛନ୍ତି ଯେଉଁଥିରେ ୨୦ଟି ଅର୍ଦ୍ଧଶତକ ସାମିଲ ରହିଛି । ଟ୍ରିନ୍‌ବାଗୋ ନାଇଟ୍ ରାଇଡର୍ସର ଓପେନିଂ ମ୍ୟାଚର କିଛି ସମୟ ପୂର୍ବରୁ ସେ ଏହି ଘୋଷଣା କରିଥିଲେ । ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହା ଏକ ଶାନଦାର ଯାତ୍ରା ଥିଲା । ଏହି ସିଜିନ ମୋର ଶେଷ ସିଜିନ ହେବ । କାରିବିଆନବାସୀଙ୍କ ସମ୍ମୁଖରେ ଶେଷ ପ୍ରୋଫେସନାଲ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ମୁଁ ଉତ୍ସୁକ । TKR ସେହି ସ୍ଥାନ ଯେଉଁଠୁ ମୋ ପାଇଁ ସବୁ କିଛି ଆରମ୍ଭ ହୋଇଛି ଏବଂ ମୋ ଟିମ୍ ସହ ଶେଷ ହେବ ।’

Get real time updates directly on you device, subscribe now.