fbpx

JDUର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେ.ସି ତ୍ୟାଗୀ, ଜାଣନ୍ତୁ ଏବେ କିଏ ସମ୍ଭାଳିବେ ଦାୟିତ୍ୱ ?

ପାଟନା: ରବିବାର ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗୀ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପତ୍ର ଦେଇଛନ୍ତି । ଏନେଇ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ତେବେ ଦଳ ମଧ୍ୟରେ ଥିବା ଅସନ୍ତୋଷକୁ ନେଇ ସେ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ଯାହା ବିହାର ଏବଂ ଜେଡିୟୁ ପାଇଁ ବଡ଼ ଝଟକା ସଦୃଶ ।

ଜେଡିୟୁ ମହାସଚିବ ଅଫାକ୍ ଅହମଦ ଖାନ୍ ଏକ ଅଫିସିଆଲ ପତ୍ର ଦ୍ୱାରା ସୂଚାଇଛନ୍ତି, ‘ଜନତା ଦଳ(ୟୁନାଇଟେଡ୍‌)ର ଜାତୀୟ ଅଧ୍ୟକ୍ଷ, ନୀତିଶ କୁମାର ରାଜୀବ ରଞ୍ଜନ ପ୍ରସାଦଙ୍କୁ ଜାତୀୟ ପ୍ରବକ୍ତା ପଦରେ ନିଯୁକ୍ତ କରିଛନ୍ତି । କେ. ସି ତ୍ୟାଗୀ ବ୍ୟକ୍ତିଗତ କାରଣ ଯୋଗୁ ନିଜ ପଦରୁ ଇସ୍ତଫା ହେଇଛନ୍ତି ।’ କହିରଖୁଛୁ ଜେଡିୟୁର ଜଣେ ଭେଟେରାନ୍ ନେତା ଭାବେ ପରିଚିତ କେ.ସି ତ୍ୟାଗୀ । ସେ ନୀତିଶ କୁମାରଙ୍କ ନିକଟତର ଅଟନ୍ତି । ଅନେକ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବେ ନିଜ ମନ୍ତବ୍ୟ ରଖନ୍ତି । ଦଳରେ ସେ ବେଶ୍ ସକ୍ରିୟ ଥିଲେ କିନ୍ତୁ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପଦରୁ ଇସ୍ତଫା ଦେବା ଦଳ ପାଇଁ ବଡ଼ ଝଟକା । ତ୍ୟାଗୀ ଅନେକ ସମୟରେ ଏସସି/ଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଦଳ ସହ ଚର୍ଚ୍ଚା ନକରି ଏକ ବିବୃତ୍ତି ପ୍ରକାଶ କରିଥିଲେ ଯାହା ଦଳ ନେତୃତ୍ୱଙ୍କ ପାଇଁ ଅସନ୍ତୋଷର କାରଣ ପାଲଟିଥିଲା । ଏହା ଦ୍ୱାରା ଦଳର ଛବି ଏବଂ ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଉଠିଥିଲା । ଶେଷରେ ଜେଡିୟୁ ନେତୃବୃନ୍ଦ ତ୍ୟାଗୀଙ୍କ ଇସ୍ତଫାକୁ ସ୍ୱୀକାର କରିଥିଲେ ।

 

Get real time updates directly on you device, subscribe now.