fbpx

ଆଜିଠୁ ଆନନ୍ଦବଜାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ପୁରୀ : ଆନନ୍ଦବଜାର ଜଗିଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆଜିଠୁ ସେମାନେ ଆନନ୍ଦବଜାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ସାଦା ପୋଷାକରେ ୨୦ ଜଣ ମୁତୟନ ହୋଇଛନ୍ତି।

ଏମାନେ ଆନନ୍ଦବଜାରରେ ଶୃଙ୍ଖଳା ବୁଝିବେ। ୨୦ ଜଣ ଦୁଇଟି ସିଫ୍ଟରେ କାମ କରିବେ। ସକାଳ ୬ଟାରୁ ୧୦ ଜଣ ଦିନ ୨ଟାରୁ ଆଉ ୧୦ ଜଣ ସିଫ୍ଟ କରିବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ପୂର୍ବରୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା।

ତେବେ ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ନେଇ ଏହି ପଦକ୍ଷେପ ନିଆଯାଇଛି । ଏହା ଫଳରେ ଆନନ୍ଦ ବଜାରରେ ବିକ୍ରି ହେଉଥିବା ବାସି ଅବଢ଼ା ଉପରେ ଲାଗିବ ରୋକ୍ । ଅଣସୂପକାର ଅବଢ଼ା ବିକ୍ରି କରିପାରିବେ ନାହିଁ । ସୁଆର ମହାସୁଆର ନିଯୋଗ ଦ୍ୱାରା ସୂଚିତ ସୂପକାରଙ୍କୁ ମିଳିବ ଅନୁମତି । ଭକ୍ତଙ୍କ ପ୍ରତି ଆରଚରଣ ଓ ଉଚ୍ଚାରଣ ଠିକ୍ ରଖିବା ଉପରେ ଗୁରୁତ୍ୱ ରହିବ । ନିର୍ଦ୍ଧିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଭୋଗ ବିକ୍ରିକୁ ବାରଣ କରାଯିବ ।

Get real time updates directly on you device, subscribe now.