fbpx

Namibiaରେ ଭୟଙ୍କର ମରୁଡ଼ି; ପ୍ରଭାବିତ ଅଞ୍ଚଳରେ ବଣ୍ଟା ହେଉଛି ହାତୀ ମାଂସ, ଲୋକଙ୍କୁ ଜୀବିତ ରଖିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରକୃତି ବିନା ଜୀବନର କଳ୍ପନା କରିବା ଅସମ୍ଭବ । । ପ୍ରକୃତି ବିନା ପୃଥିବୀରେ ଜୀବଜଗତ ଅସ୍ତତ୍ୱ ରହିବ ନାହିଁ । ବଡ଼ ବଡ଼ କୋଠା, କଂକ୍ରିଟ ରାସ୍ତା ଯୋଗୁ ଜଙ୍ଗଲର ଅସ୍ତିତ୍ୱ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ତେଣୁ ଆଜିକାଲି ପ୍ରକୃତି ସଂରକ୍ଷଣ ଏକ ଆହ୍ୱାନ ପାଲଟିଯାଇଛି । କିନ୍ତୁ ଦକ୍ଷିଣ ଆଫ୍ରିକୀୟ ଦେଶରେ ଏହାର ବିପରିତ ଦୃଶ୍ୟ ଦେଖିବାକୁ ମିଳିଛି । Namibiaରେ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି । ଗତ ୧୦୦ ବର୍ଷରେ ଏମିତି ପରିସ୍ଥିତି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । Namibiaର ଅଧା ଜନସଂଖ୍ୟା ଅର୍ଥାତ ପ୍ରାୟ ୧୪ ଲକ୍ଷ ଲୋକ ଖାଦ୍ୟ ଏବଂ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଦେଶ ଶସ୍ୟ ଗୋଦାମଗୁଡ଼ିକ ମଧ୍ୟ ଖାଲି ହୋଇଯାଇଛି । ଏଭଳି ପରିସ୍ଥିତିରେ ଅସହାରୟ ସରକାର ଲୋକଙ୍କୁ ଭୋଜନ ଯୋଗାଇବା ପାଇଁ ବନ୍ୟ ଜୀବଙ୍କୁ ନେଇ ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି ।

ମିଳିତ ଜାତିସଂଘ କହିବାନୁଯାୟୀ ଭୟଙ୍କର ମରୁଡ଼ି ଯୋଗୁ Namibiaରେ ଶସ୍ୟ ଉତ୍ପାଦନ ୫୩% ହ୍ରାସ ପାଇବା ସହ ଡ୍ୟାମର ଜଳସ୍ତର ୭୦% ହ୍ରାସ ପାଇଛି । Namibiaରେ ଏଭଳି ସ୍ଥିତିର କାରଣ ହେଉଛି El Niño । ଏହା ଏକ ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ ଯେତେବେଳେ ପ୍ରଶାନ୍ତ ମହାସାଗରର ଭୂପୃଷ୍ଠର ତାପମାତ୍ରା ହାରାହାରି ଠାରୁ ଅଧିକ ଗରମ ହୋଇଯାଏ । ପରବର୍ତ୍ତୀ ସମୟରେ ଏହା ସମସ୍ୟାର କାରଣ ପାଲଟିପାରେ । Namibiaର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ବନ୍ୟଜୀବଙ୍କ ଶିକାର କରି ତାଙ୍କ ମାଂସ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୫୭ ବନ୍ୟଜନ୍ତୁଙ୍କ ଶିକାର କରାଯାଇଛି । ଏହି ଜୀବଜନ୍ତୁଙ୍କ ମଧ୍ୟରେ ହାତୀ, ମଇଁଷି, ଜେବ୍ରା, ଜଳହସ୍ତି, ଇମ୍ପାଲା, ବ୍ଲୁ ୱାଇଲ୍ଡବିଷ୍ଟ ଇତ୍ୟାଦି ବନ୍ୟପ୍ରାଣୀ ସାମିଲ ଅଛନ୍ତି । ଏହି ନିଷ୍ପତ୍ତିକୁ ପଶୁଙ୍କ ପ୍ରତି କ୍ରୁରତା ଭାବେ ଦର୍ଶାଯାଇଛି । ଦେଶବାସୀଙ୍କ ଗମ୍ଭୀର ଖାଦ୍ୟ ସଂକଟରୁ ରକ୍ଷା କରିବା ପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷେ ବନ୍ୟଜନ୍ତୁଙ୍କ ସଂଖ୍ୟା କମ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି କାରଣ ଜଳ ସଂକଟ ଯୋଗୁଁ ସେମାନେ ଜନବସତି ମୁହାଁ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.