fbpx

ନିର୍ବାଚନ ପୂର୍ବରୁ ଦୁଷ୍ୟନ୍ତ ଚୌଟାଲାଙ୍କୁ ବଡ଼ ଝଟକା ! ଜେଜେପିର ୩ ବିଧାୟକ ଆଜି ବିଜେପିରେ ସାମିଲ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦଷ୍ୟନ୍ତ ଚୌଟାଲାଙ୍କ ଦଳକୁ ପୁଣି ଥରେ ବଡ଼ ଝଟକା ଲାଗିଛି । ଆଜି (୧ ସେପ୍ଟେମ୍ବର) ତାଙ୍କ ଦଳ ଜେଜେପିର ତିନିଜଣ ବିଧାୟକ ତାଙ୍କୁ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହି ବିଧାୟକମାନେ ଜିନ୍ଦରେ ଆୟୋଜିତ ‘ଜନ ଆର୍ଶୀବାଦ ରାଲି’ରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ ନାୟବ ସାଇନିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

 

ଜେଜେପିର ଯେଉଁ ବିଧାୟକମାନେ ଦଳ ବଦଳ କରିଛନ୍ତି ସେମାନଙ୍କ ମଧ୍ୟରେ- ରାମକୁମାର ଗୌତମ, ଅନୁପ ଧନକ ଏବଂ ଯୋଗୀରାମ ସିହାଗ ଅଛନ୍ତି । ରାମକୁମାର ଗୌତମ ନରନାଉଣ୍ଡର ବିଧାୟକ ହୋଇଥିବାବେଳେ ଅନୁପ ଧନକ ଉକଲାନାର ପ୍ରତିନିଧିତ୍ୱ କରୁଛନ୍ତି ଓ ଯୋଗୀରାମ ସିହାଗ ବରୱାଲାର ବିଧାୟକ  ।

 

ବିଜେପି ବିଧାୟକଙ୍କୁ ପରାସ୍ତ କରିଥିଲେ ରାମ କୁମାର ଗୌତମ :-

୨୦୧୯ ରେ ରାମ କୁମାର ଗୌତମ ବିଜେପିର କ୍ୟାପଟେନ ଅଭିମନ୍ୟୁଙ୍କୁ ନରନାଉଣ୍ଡ ଆସନରୁ ପରାସ୍ତ କରିଥିଲେ । ଗୌତମ ୭୩,୪୩୫ ଭୋଟ୍ ପାଇଥିବାବେଳେ ଅଭିମନ୍ୟୁ ୬୧,୪୦୬ ଭୋଟ୍ ପାଇଥିଲେ  । ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ଥିଲା । ୨୦୧୪ ନିର୍ବାଚନରେ କ୍ୟାପଟେନ ଅଭିମନ୍ୟୁ ଏହି ଆସନ ଜିତିଥିଲେ ।

Get real time updates directly on you device, subscribe now.