fbpx

ହସ୍ପିଟାଲରେ ପୁଣି ନାବାଳିକା ସହ ଦୁଷ୍କର୍ମ, ଜାଣନ୍ତୁ ସଂପୁର୍ଣ୍ଣ ମାମଲା

ହାୱଡା: ସରକାରୀ ଆରଜି ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପରେ ବି ପଶ୍ଚିମବଙ୍ଗରେ ମହିଳାଙ୍କ ସହ ଅତ୍ୟାଚାର ମାମଲା ଥମିବାର ନାମ ନେଉନି। ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ବିରୋଧୀ ଦଳର ନେତାମାନେ ମମତା ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ବିଜେପି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ମମତା ବାନାର୍ଜୀଙ୍କୁ ଇସ୍ତଫା ଦାବି କରିଛନ୍ତି।

ଏହାରି ମଧ୍ୟରେ ହାୱଡା ଜିଲ୍ଲା ହସ୍ପିଟାଲରେ ନୀରିହ ନାବାଳିକା ସହ ଯୌନ ଶୋଷଣ ହୋଇଥିବା ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨୮ ଅଗଷ୍ଟରେ ୧୨ ବର୍ଷୀୟ ଏକ ଝିଅର ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ହାୱଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ଦିନ ପୀଡିତାଙ୍କୁ ସିଟି ସ୍କାନ ପାଇଁ ନିଆଯିବା ସମୟରେ ଜଣେ ଟେକ୍ନିସିଆନ ତାଙ୍କ ସହ ଦୁଃବ୍ୟବହାର କରିଥିଲେ। ମାମଲାର ସୂଚନା ପରେ ହାୱଡା ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ପୋଲିସ ଏକ ଅପରାଧୀଙ୍କୁ ଗିରଫ କରିଥିଲେ।

ଏହା ବ୍ୟତୀତ ନଦୀୟାର କୃଷ୍ଣଗଞ୍ଜରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଅଭିଯୋଗ ରହିଛି ଯେ, ଶିଶୁଟି ଯେତେବେଳେ କିଣାକିଣି ସାରି ଘରକୁ ଫେରୁଥିଲା ସେତିକି ବେଳେ ପଡୋଶୀ ଏହାପରେ ବଗିଚାରେ ତା’ସହ ଦୁଷ୍କର୍ମ କରିଥିଲା। ଏହା ବ୍ୟତୀତ ଅଭିଯୁକ୍ତ ଶିଶୁଙ୍କୁ ଧମକ ଦେଇଥିଲା।

Get real time updates directly on you device, subscribe now.