fbpx

୭୨ ଦିନିଆ ବୈଧତା ପ୍ଲାନ୍ ହୋଇଗଲା ଶସ୍ତା! ଅସୀମିତ କଲିଂ ସାଙ୍ଗକୁ ଡାଟା ସୁବିଧା ବି ରହିଛି

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ସର୍ବଦା ନୂଆ ନୂଆ ଅଫର ଲଞ୍ଚ କରିଥାଏ । ତେବେ ଏହା ମଧ୍ୟରେ ଜିଓ ତା’ର ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନର ବୈଧତା ୭୨ ଦିନ ପାଇଁ ରହିଥିବା ବେଳେ ଏଥିରେ ଗ୍ରାହକମାନେ ଡାଟା ଓ କଲିଂ ସୁବିଧା ମଧ୍ୟ ପାଇ ପାରିବେ । ଜିଓ ପାଖରେ ଅନେକ ରିଚାର୍ଜ ପ୍ଲାନ ଉପଲବ୍ଧ ରହିଥିବା ବେଳେ ତାହା ଅଲଗା ଅଲଗା ପ୍ରାଇସ ସେଗମେଣ୍ଟ ଓ ବେନିଫିଟ୍ସ ସହିତ ଆସୁଛି । ତେଣୁ ଏହି ଖାସ୍ ପ୍ଲାନ୍ ବିଷୟରେ ଗ୍ରାହକମାନେ ଜାଣିବା ନିହାତି ଜରୁରୀ ।

ଜିଓର ଏହି ପ୍ଲାନରେ ୟୁଜର୍ସଙ୍କୁ ୭୨ ଦିନ ପର୍ଯ୍ୟନ୍ତ ଭାଲିଡିଟୀ, ଅନଲିମିଟେହ୍ କଲ, ୧୬୪ ଜିବି ଡାଟା ଓ ଅନେକ ବେନିଫିଟ୍ ମିଳିବ । ଲୋକଙ୍କ ପାଇଁ ଜିଓର ଏହି ପ୍ଲାନ୍ ବେଶ୍ ଫାଇଦା ସାବ୍ୟସ୍ତ ହେବ । ଏହା ଅସୀମିତ କଲିଂ ଓ ଡାଟା ସହିତ ଆସୁଛି । ଏହି ପ୍ଲାନର ମୂଲ୍ୟ ୭୪୯ ଟଙ୍କା ରହିଥିବା ବେଳେ ଏହା ଏକ ପ୍ରିପେଡ୍ ପ୍ଲାନ । ଏଥିରେ କଲିଂ, ଏସଏମଏସ ଓ ଅନେକ ସୁବିଧା ମିଳୁଛି । ଏଥିରେ ୟୁଜର୍ସଙ୍କୁ ଦୈନିକ ୨ ଜିବ ଡାଟା ମିଳୁଛି । ଏଥିସହିତ ୨୦ ଜିବି ଅତିରିକ୍ତ ଡାଟା ମିଳୁଛି । ଏପରି ଭାବେ ୟୁଜର୍ସ ମୋଟ ୧୬୪ ଜିବିର ଡାଟାର ଫାଇଦା ଉଠାଇ ପାରିବେ ।

Get real time updates directly on you device, subscribe now.