fbpx

Champions Trophy ଖେଳିବ ତ ଟିମ୍ ଇଣ୍ଡିଆ? ପାକିସ୍ତାନ ଗସ୍ତ ନେଇ ସୂଚନା ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପାକିସ୍ତାନରେ ଆୟୋଜିତ ହେବ ଚମ୍ପିଆନ୍ସ ଟ୍ରଫି-୨୦୨୫ । ତେଣୁ ପାକିସ୍ତାନ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ତେବେ ଏହାପୂର୍ବରୁ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଭାରତୀୟ ଟିମ୍ ପାକିସ୍ତାନ ଯିବ କି ନାହିଁ, ସେ ନେଇ ବର୍ତ୍ତମାନ ପର୍ଯ୍ୟଡ଼୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରାଜନୈତିକ ଏବଂ କୁଟନୀତିକ ସମ୍ପର୍କ ଯୋଗୁଁ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତ ଉପରେ ସନ୍ଦେହ ରହିଛି । ତେବେ ଏହା ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ଉପସ୍ଥିତିକୁ ନେଇ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ ।

ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତର ପାକିସ୍ତାନ ଗସ୍ତ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ କୌଣସି ନିଷ୍ପତ୍ତି ନେଇନାହିଁ । କିନ୍ତୁ ରୋହିତ ସେନା ପାକିସ୍ତାନ ଗସ୍ତ ନ କଲେ ଟିମ ଇଣ୍ଡିଆର ସମସ୍ତ ମ୍ୟାଚ୍ ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ । ତେବେ ଏ ନେଇ ପୂର୍ବତନ କ୍ରିକେଟର ହରଭଜନ ସିଂହ କହିଛନ୍ତି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନ ପାରେ । ତେବେ ପାକିସ୍ତାନ ବୋର୍ଡ ଏବଂ ସରକାର ଯଦି ଖେଳାଳିମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦିଅନ୍ତି, ତେବେ ଭାରତ ପାକିସ୍ତାନ ଗସ୍ତ କରିପାରେ ।

ଏହାପରେ ସେ କହିଛନ୍ତି ଯେ, ସେମାନେ ଯାହା କହୁଛନ୍ତି, ତାହା ସେମାନଙ୍କୁ ଠିକ୍ ବୋଲି ମନେ ହେଉଛି । କିନ୍ତୁ ଆମେ କହୁଥିବା କଥା ଆମର ଦୃଷ୍ଟିକୋଣକୁ ଦର୍ଶାଉଛି । ସୁରକ୍ଷା ପ୍ରତ୍ୟେକ ସମୟରେ ଏକ ବଡ଼ ପ୍ରସଙ୍ଗ ରହିଛି । ତେବ ଯଦି ସେମାନେ ଖେଳାଳିମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତି, ତେବେ ଭାରତୀୟ ଦଳକୁ ପାକିସ୍ତାନ ଗସ୍ତ କରିବା ଅନୁଚିତ୍ । ତେବେ ସୁରକ୍ଷା ପାଇଁ ପାକିସ୍ତାନର ପ୍ରତିଶ୍ରୁତି ପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ସରକାରଙ୍କ ହାତରେ ରହିଛି । ଗତ ୧୬ ବର୍ଷରୁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତରୁ ଦୂରେଇ ରହିଛି । ତେବେ ପାକିସ୍ତାନ ଗତବର୍ଷ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତରେ ଆସିଥିଲା ।

Get real time updates directly on you device, subscribe now.