fbpx

ବାଜିବନି DJ… ଦୁର୍ଗାପୂଜା ପାଇଁ DJ ବଜାଇବା ଉପରେ ବାରଣ: ଏହି ଜିନିଷକୁ ମିଳିଲା ଅନୁମତି

କଟକ: ଗଣେଶ ପୂଜା ପରେ ଦୁର୍ଗା ପୂଜା ପାଇଁ ମଧ୍ୟ ଜାରି ହୋଇ ନିର୍ଦ୍ଦେଶନାମା । ଦୁର୍ଗାପୂଜା ଭସାଣି ସମୟରେ ଡିଜେ ବଜାଇବାକୁ ବାରଣ କରାଯାଇଛି । ମା’ ଦୁର୍ଗାଙ୍କ ବିସର୍ଜନ ସମୟରେ ଡିଜେ ବଜାଇବା ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଜାରି ହୋଇଛି । ଏ ନେଇ ଶାନ୍ତି କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ କଟକ ପୋଲିସ କମିଶନର୍ ଏ ନେଇ ସୂଚନା ଦେଇଛନ୍ତି ।

ଚଳିତବର୍ଷ ଦୁର୍ଗାପୂଜା ଭସାଣି ସମୟରେ କୌଣସି ପ୍ରକାରର ଡିଜେ ବାଜିବାକୁ ଅନୁମତି ଦିଆଯାଇ ନାହିଁ । ତେବେ ଭସାଣି ସମୟରେ ବକ୍ସ ବଜାଇବା ନେଇ ଗ୍ରୀନ ସିଗନାଲ ଦେଇଛି ଶାନ୍ତି କମିଟି । କିନ୍ତୁ ଡିଜେ ବଜାଇବା ପାଇଁ ବାରଣ କରାଯାଇଛି । ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହାପରେ କାର୍ଯ୍ୟକ୍ରମ ଜାରି ରହିଲେ, ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏହାବ୍ୟତୀତ ଜବରଦସ୍ତ ଚାନ୍ଦା ମାଗିବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ଏଭଳି ଅଭିଯୋଗ ଆସିଲେ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.