fbpx

IMB ତରଫରୁ ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ‘IMB-Ignite 2024’ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୪-୨୦୨୫ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନବାଗତ ପିଜିଡିଏମ ଓ ହୋଟେଲ୍ ମ୍ୟାନେଜମେଣ୍ଟ୍ ଲାଗି ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ‘ଆଇଏମବି-ଇଗନାଇଟ ୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ଶ୍ୟାମ ସୁନ୍ଦର ଚୌଧୁରୀ, ବିଏଚଆର୍ ପ୍ରମୁଖ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ଶ୍ରୀ ବିଶ୍ୱରାଜ ପଟ୍ଟନାୟକ, ଚିଫ୍ ଏଡିଟର କଳିଙ୍ଗ ସ୍କ୍ରୋଲ୍, ଏବଂ ଡକ୍ଟର ଅଦ୍ୟାଶା ଦାସ, ଅସୋସିଏଟ୍ ପ୍ରୋଫେସର, ଆଇଆଇଟିଟିଏମ୍ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଓ ସେକ୍ରେଟାରୀ ଶ୍ରୀ ରାଜର୍ଷି ଜ୍ଞାନଦର୍ଶୀ ଉପସ୍ଥିତ ରହି ଅନୁଷ୍ଠାନର ମିଶନ ଉପରେ ଆଲୋକ ପାତ କରିଥିଲେ। ଡାଇରେକ୍ଟର ପ୍ରଫେସର ଡକ୍ଟର ତ୍ରିଲୋଚନ ନାୟକ ଅନୁଷ୍ଠାନର ଶିକ୍ଷା ପଦ୍ଧତି, ଶିକ୍ଷାର ଗୁଣବତ୍ତା ଓ ଆଇଏମବି ଛାତ୍ରଛାତ୍ରୀ ଦେଶ ବିଦେଶରେ ସଂଖ୍ୟାଧିକ ଭାବେ କୃତିଲାଭ କରୁଥିବାର ଦର୍ଶାଇଥିଲେ। ମୂଖ୍ୟ ଅତିଥି ଛାତ୍ରମାନଙ୍କୁ ଚରିତ୍ର ଗଠନର ଏକ ମାର୍ଗ ଓ ତାର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଫେସର ଅମିତା ପଣ୍ଡା ଏବଂ ପ୍ରଫେସର ରୋଶନୀ ଦାଶ ପରିଚାଳନା କରିଥିଲେ ଓ ପ୍ରଫେସର ଐଶ୍ୱର୍ଯ୍ୟା ଅନନ୍ୟା ଓ ଫ୍ରଫେସର କୈବଲ୍ୟ ମହାନ୍ତି ସଂଯୋଜନା କରିଥିଲେ । ଶେଷରେ ଡିନ୍ ପ୍ରଫେସର ଦୀପକ ଆଚାର୍ଯ୍ୟ ଧନ୍ୟବାଦ୍ ଦେଇଥିଲେ ।

Get real time updates directly on you device, subscribe now.