fbpx

‘ଡିଜେଲ କାର୍ ତିଆରି କରିବା ବନ୍ଦ କରିଦିଅ, ନଚେତ୍ ବିକ୍ରି କରିବା କଷ୍ଟକର ହୋଇଯିବ’, ଜାଣନ୍ତୁ କାହଁକି ଏପରି କହିଲେ ନିତିନ୍ ଗଡ଼କରୀ

ନୂଆଦିଲ୍ଲୀ: ସିଆଇଆଇର ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଡିଜେଲ ବିଷୟରେ ଏକ ବଡ଼ କଥା କହିଛନ୍ତି । ଲୋକଙ୍କୁ ଶୀଘ୍ର ଡିଜେଲକୁ ସମ୍ପୂର୍ଣ୍ଣ ବିଦାୟ ଦେବାକୁ ପରାମର୍ଶ ଦେଇଛନ୍ତି ଗଡକରୀ । କେବଳ ଏତିକି ନୁହେଁ ଡିଜେଲ ଯାନ ଉତ୍ପାଦନ ବନ୍ଦ କରିବାକୁ ମନ୍ତ୍ରୀ କାର ଉତ୍ପାଦନକାରୀ କମ୍ପାନୀମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ନିତିନ ଗଡକରୀ କହିଛନ୍ତି ଯେ, ଯଦି ଡିଜେଲ ଯାନ ଉତ୍ପାଦନ ଶୀଘ୍ର ବନ୍ଦ ନହୁଏ, ତେବେ ସେ ଏହି ଯାନ ଉପରେ ଏତେ ଟ୍ୟାକ୍ସ ଲାଗୁ କରିବେ ଯେ ଏହାକୁ ବିକ୍ରି କରିବା କଷ୍ଟକର ହୋଇଯିବ । ନିତିନ ଗଡକରୀଙ୍କ ଅନୁଯାୟୀ, ଆମକୁ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଛାଡି ପ୍ରଦୂଷଣମୁକ୍ତ ହେବାର ଏକ ନୂଆ ରାସ୍ତା ଆପଣାଇବାକୁ ପଡିବ ।
ଇନ୍ଧନ ପ୍ରଦୂଷଣ ଏବଂ ଏହାର ଆମଦାନୀ ହ୍ରାସ କରିବାକୁ ଗଡକରୀ ନିରନ୍ତର ଉଦ୍ୟମ କରୁଛି । ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଅର୍ଥମନ୍ତ୍ରୀଙ୍କ ଠାରୁ ଡିଜେଲ ଯାନ ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍ଟି ଦାବି କରିବି ।

ଏହାପୂର୍ବରୁ ନିତିନ ଗଡକରୀ ତାଙ୍କ କାର ବିଷୟରେ କହିଥଲେ ଯେ, ମୋ କାର ଇଥାନଲରେ ଚାଲିଥାଏ । ଯଦି ଆପଣ ଏହି କାରକୁ ପେଟ୍ରୋଲ ସହିତ ତୁଳନା କରନ୍ତି, ତେବେ ଏହା କିଲୋମିଟର ପିଛା ୨୫ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଇଥାନଲରେ ଏଥିରୁ କମ୍ ପଡେ । ଗୋଟିଏ ଲିଟର ଇଥାନଲ ମୂଲ୍ୟ ୬୦ ଟଙ୍କା ଥିବାବେଳେ ପେଟ୍ରୋଲ ଦର ୧୨୦ ରୁ ଅଧିକ ।

ନିତିନ ଗାଡକରୀ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଚାହୁଁଛି ଯେ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଯାନଗୁଡିକ ଆସନ୍ତା ୧୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଉ । ଗଡକରୀ ଏହି ପେଟ୍ରୋଲ ଏବଂ ଡିଜେଲ ଚାଲୁଥିବା ଯାନ ବଦଳରେ ବଜାରରେ ବୈଦ୍ୟୁତିକ ଯାନ ପ୍ରବର୍ତ୍ତନ ବିଷୟରେ କହିଥିଲେ ।

Get real time updates directly on you device, subscribe now.