fbpx

ଗିରଫ ହେଲେ AAP ବିଧାୟକ ଅମାନତୁଲ୍ଲା ଖାନ୍

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି (ଆପ) । ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ରହିଥିବା ବେଳେ ତାଙ୍କ ମାମଲା ହାଇକୋର୍ଟ, ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ସେହିପରି ମନୀଷ ସିସୋଦିଆ, ସଞ୍ଜୟ ସିଂହଙ୍କ ପରି ଏକାଧିକ ନେତା ଜେଲରେ ରହିଛନ୍ତି । ତେବେ ଏହା ମଧ୍ୟରେ ଦଳର ପୁଣି ଜଣେ ବଡ଼ ନେତା ଗିରଫ ହୋଇଛନ୍ତି । ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।

ସୂଚନା ମୁତାବକ, ଦିଲ୍ଲୀ ୱାକଫ୍ ବୋର୍ଡ ମନି ଲଣ୍ଡରିଂ ମାମଲାରେ ଆପ ବିଧାୟକ ଅମାନତୁଲ୍ଲାଙ୍କୁ ଗିରଫ କରିଛି ଇଡି । ଗତକାଲି ସକାଳେ ଏଜେନ୍ସି ପକ୍ଷରୁ ବିଧାୟକଙ୍କୁ ପଚରାଉଚରା କରାଯାଇଥିଲା । ଦୀର୍ଘ ୪ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯିବା ପରେ ବିଧାୟକଙ୍କୁ ଯାଞ୍ଚ ଏଜେନ୍ସି ଗିରଫ କରିଥିଲା । ଅମାନତୁଲ୍ଲା ଓଖଲା ବିଧାନସଭା ଆସନରୁ ବିଧାୟକ ରହିଥିବା ବେଳେ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବାବେଳେ ସେ ୩୨ ଜଣଙ୍କୁ ବେଆଇନ୍ ଭାବେ ନିଯୁକ୍ତି ଦେବା, ପାଣ୍ଠିର ଅପବ୍ୟବହାର କରିବା ନେଇ ଅଭିଯୋଗ ଆସିଥିଲା । ଇଡି ଅଧିକାରୀମାନେ ତାଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନକୁ ଆସିଥିବା ନେଇ ବିଧାୟକ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ବିଧାୟକ ଅମାନତୁଲ୍ଲାଙ୍କୁ ଗିରଫ କରଯାଇଥିଲା । ବୋର୍ଡର ସମ୍ପତ୍ତିକୁ ଭଡ଼ାରେ ଦେବା ଓ ଧନର ଦୁରୂପଯୋଗ କରିବା ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ତାଙ୍କୁ ଗିରଫ କରାଯିବା ପୂର୍ବର ଇଡି ଟିମ ପକ୍ଷରୁ ଅମାନତୁଲ୍ଲାଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ।

Get real time updates directly on you device, subscribe now.