fbpx

ସନ୍ଦୀପ ଘୋଷଙ୍କୁ ନେଇ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗର କଡ଼ା ଆକ୍ସନ, କରିଦେଲେ ନିଲମ୍ବନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ସନ୍ଦୀପ ଘୋଷଙ୍କୁ ନେଇ କଡ଼ା ଆକ୍ସନ ନେଇଛନ୍ତି। ସନ୍ଦୀପଙ୍କୁ ପଶ୍ଚିମବଙ୍ଗ ମେଡିକାଲ କାଉନସିଲରୁ ନିଲମ୍ବିତ କରାଯାଇଛି। ସିବିଆଇର କ୍ରାଇମବ୍ରାଞ୍ଚ ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆର.ଜି କର ମେଡିକାଲ କଲେଜର ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଜେରା ପାଇଁ ଡକାଇଥିଲେ ଏବଂ ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲେ। ସନ୍ଦୀପ ଘୋଷଙ୍କୁ ସଲ୍ଟଲେକ ସିଜିଓ କମ୍ଲେକ୍ସ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ସୋମବାର ଦିନ ପଚରାଉଚରା କରାଯାଉଥିଲା ଏହାପରେ ସିବିଆଇର ଦୁର୍ନୀତି ବିରୋଧୀ ୱିଙ୍ଗ ସିଜିଓ କମ୍ଲେକ୍ସ ଆସିଥିଲେ ଏବଂ ତାଙ୍କୁ କ୍ରାଇମ ବ୍ରାଞ୍ଚ ଅଫିସରୁ ବାହାରକୁ ନେଇଗଲେ। ସିବିଆଇର ଭ୍ରଷ୍ଟାଚାର ନିରୋଧକ ଶାଖା ଆରଜୀ କର ହସ୍ପିଟାଲ ଅର୍ଥନୈତିକ ଦୁର୍ନୀତି ମାମଲାର ଯାଞ୍ଚ କରୁଥିଲା। ଏହାପରେ ସିବିଆଇ ଘୋଷଙ୍କୁ ଗିରଫ କରିଥିଲା।

Get real time updates directly on you device, subscribe now.