fbpx

Elon Musk କୋଟି କୋଟି X ୟୁଜର୍ସଙ୍କୁ ଦେଲେ ଉପହାର, ସାମିଲ କଲେ WhatsAppର ଏହି କମାଲ ଫିଚର

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସ(ପୂର୍ବରୁ ଥିବା ଟ୍ୱିଟର)ର କୋଟି କୋଟି ୟୁଜର୍ସଙ୍କୁ ଆଉ ଏକ ଉପହାର ଦେଇଛନ୍ତି। ଏହି ଫିଚରର ୟୁଜର୍ସ ଅନେକ ସମୟରୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଏକ୍ସ ୟୁଜର୍ସ ନିଜେ ପଠାଇଥିବା ଡାୟରେକ୍ଟ ମେସେଜ ଅର୍ଥାତ ଡିଏମକୁ ମଧ୍ୟ ଏଡିଟ କରିପାରିବେ। କମ୍ପାନୀ ଅଫିସିଆଲ ହ୍ୟାଣ୍ଡେଲରୁ ଏହି ଫିଚର ଘୋଷଣା କରିଛନ୍ତି। ଏକ୍ସର ଏହି ଫିଚର ମଧ୍ୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ୱାଟ୍ସଆପର ମେସେଜ ଏଡିଟିଙ୍ଗ ଫିଚର ପରି କାମ କରିବ, ଯେଉଁଥିରେ କୌଣସି ପଠାଇଥିବା ମେସେଜକୁ କିଛି ସମୟ ପରେ ଏଡିଟ କରାଯାଇପାରିବ।

ଏକ୍ସ ନିଜ ପୋଷ୍ଟରେ ଏହି ଫିଚରର ସ୍କ୍ରିନସର୍ଟ ସେୟାର କରି ଦେଖାଇଛନ୍ତି ଯେ, ଏହାକୁ କିପରି ବ୍ୟବହାର କରିବେ। ଏକ୍ସର ଏଡିଟ DM ଫିଚର  iOS ୟୁଜର୍ସଙ୍କ ପାଇଁ ରୋଲ ଆଉଟ କରିଛନ୍ତି। ଯେଉଁ ୟୁଜର୍ସଙ୍କ ପାଖରେ ଆଇଫୋନ ଅଛି, ସେମାନେ ବର୍ତ୍ତମାନ ପଠାଇଥିବା ମେସେଜ ଏଡିଟ କରିପାରିବେ। ଏହି ଫିଚରକୁ ଆକ୍ସେସ କରିବା ପାଇଁ ୟୁଜର୍ସଙ୍କୁ ନିଜ ଆଇଫୋନରେ ଏକ୍ସର ଲାଟେଷ୍ଟ ଭର୍ଜନ ଡାଉନଲୋଡ କରିବାକୁ ହେବ। ଏହାପରେ ସେ ଏହାର ବ୍ୟବହାର କରିପାରିବେ।

Get real time updates directly on you device, subscribe now.