fbpx

ନୂଆପଡା ନବୋଦୟ ବିଦ୍ୟାଳୟରେ ରାଗିଂ: ୯ଛାତ୍ର, ଛାତ୍ରୀ ନିଲମ୍ବିତ

ନୂଆପଡା: କଲେଜ ତ କଲେଜ, ଏବେ ସ୍କୁଲରେ ହେଲାଣି ରାଗିଂ । ଜୁନିଅର ଛାତ୍ରଙ୍କୁ ରାଗିଂ କରି ହରଡ ଘଣାରେ ୭ ଛାତ୍ର । ସେମାନଙ୍କୁ କରାଯାଇଛି ନିଲମ୍ବନ । ଏମିତି ଘଟଣା ଘଟିଛି ନୂଆପଡା ପରି ପଛୁଆ ଓ ଆଦିବାସୀ ବହୁଳ ଜିଲ୍ଲାରେ । ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ଗତ ରାତିରେ ଏମିତି ଘଟଣା ଘଟିବା ପରେ ଆଜି ପ୍ରିନ୍ସିପାଲ କଠୋର ପଦକ୍ଷେପ ନେଇଛନ୍ତି ।
ଗୁରୁବାର ଗୁରୁଦିବସ ଅବସରରେ ସ୍କୁଲର ନିୟମ ମୁତାବକ ଦୁଇ ଯୁକ୍ତଦୁଇ ଛାତ୍ରୀ ଗୁରୁମା ବେଶରେ ଦଶମ ଶ୍ରେଣୀ ପିଲାଙ୍କୁ ପଢାଇଥିଲେ । କିନ୍ତୁ ସେମାନେ ଅଭିଯୋଗ କରିଥିଲେ କି, ୧୦ମ ଛାତ୍ର ଗୁରୁମା ଦୁଇଜଣଙ୍କୁ କମେଣ୍ଟ କରିଥିଲେ । ଏନେଇ ସେମାନେ ଅନ୍ୟ ସାଙ୍ଗମାନଙ୍କୁ ଜଣାଇଥିଲେ । ସବୁ ଜାଣିବା ପରେ ସେମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଓ ଜୁନିଆରଙ୍କୁ ପାନେ ଦେବାକୁ ସ୍ଥିର କରିଥିଲେ ।
ରାତିରେ ୭ ଜଣ ସିନିୟର ଛାତ୍ର ଜୁନିୟରଙ୍କ ହଷ୍ଟେଲ ଯାଇ ଦୁଇ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ବିଷୟରେ ପଚାରିଥିଲେ । କିନ୍ତୁ ଛାତ୍ରମାନେ ଏହି ଅଭିଯୋଗ ଖଣ୍ଡନ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସିନିୟର ଛାତ୍ରମାନେ ଠେଙ୍ଗାରେ ଜୁନିୟରଙ୍କୁ ମାଡ ମାରିଥିଲେ । ଏହି ଘଟଣାକୁ ନେଇ ଆଜି ସ୍କୁଲ ପରିସରରେ ୧୦ମ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଯେତେ ବୁଝାଶୁଝା କଲେ ମଧ୍ୟ ସେମାନେ ଖାଦ୍ୟ ଗ୍ରହଣ ନ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଅଡି ବସିଥିଲେ । ଶେଷରେ ପିଲାଙ୍କ ଜିଦି ଆଗରେ ମୁଣ୍ଡ ନୁଆଁଇଥିଲେ ପ୍ରିନ୍ସିପାଲ ଓ ୭ ଛାତ୍ରଙ୍କ ସହ ଦୁଇ ଛାତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି ।

Get real time updates directly on you device, subscribe now.