fbpx

ଷ୍ଟେସନରୁ ମାତ୍ର ୧୫୦ ମିଟର ଦୂରରେ ଲାଇନଚୁତ୍ ହେଲା ଏକ୍ସପ୍ରେସ୍ ଟ୍ରେନ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନ ନିକଟରେ ଇନ୍ଦୋର- ଜବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଶନିବାର ସକାଳ ୫ଟା ୫୦ରେ ଇନ୍ଦୋର- ଜବଲପୁର ଏକ୍ସପ୍ରେସ୍ ଜବଲପୁର ରେଳ ଷ୍ଟେସନ ପ୍ଲାଟଫର୍ମ ସଂଖ୍ୟା ୬ରେ ପ୍ରବେଶ କରିବା ପୂର୍ବରୁ ଲାଇନଚ୍ୟୁତ୍ ହୋଇଥିଲା । ଏକ୍ସପ୍ରେସ୍ ଟ୍ରେନର ୨ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ୱେଷ୍ଟ ସେଣ୍ଟ୍ରାଲ ରେଳ ଅଧିକାରୀ ଘଟଣାସ୍ଥଳରେ ପହଂଚି ଟ୍ରାକ୍ ସଜାଡ଼ିଥିଲେ । ତେବେ ଷ୍ଟେସନରୁ ପ୍ରାୟ ୧୫୦ ମିଟର ଦୂରରେ ଏହି ଦୁର୍ଘଟଣା ହୋଇଥିଲା ।

 

Get real time updates directly on you device, subscribe now.