fbpx

ଆଜି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ, ଜୀବନ ଯିବାରୁ କିଭଳି ରୋକି ହେବ ଜାଣନ୍ତୁ..

ନୂଆଦିଲ୍ଲୀ: ସାରା ବିଶ୍ବରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ବୈଶ୍ବିକ ସ୍ତରରେ ଏହା ଏକ ଚିନ୍ତାର ବିଷୟ ଅଟେ। ଲକ୍ଷଲକ୍ଷ ଲୋକ ଜୀବନ ହାରୁଛନ୍ତି । ଏକ ରିପୋର୍ଟ ଅନୁସାରେ, ଭାରତରେ ଛାତ୍ର ଆତ୍ମହତ୍ୟା ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆତ୍ମହତ୍ୟାର ବିଚାର ଗମ୍ଭୀର ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ଅଟେ । ବ୍ୟକ୍ତିଜଣକ ଚିନ୍ତା ଅବସାଦରେ ବୁଡି ରହିଥିବାର ଏହା ଏକ ସଙ୍କେତ ଅଟେ । ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ତାହେଲେ ବଡ ବିପଦକୁ ରୋକାଯାଇ ପାରିବ । ବୈଶ୍ବିକ ସ୍ତରରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ରୋକିବାକୁ ଯୋଜନା କରିବା, ଆତ୍ମହତ୍ୟା ରୋକିବାର ବିଭିନ୍ନ ମାଧ୍ୟମକୁ ପ୍ରସାର କରିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର 10 ତାରିଖକୁ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ ।

ଆତ୍ମହତ୍ୟାକୁ ରୋକିବା ପାଇଁ ସମାଜରେ ସମସ୍ତ ବ୍ୟକ୍ତିମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ପାରିପାର୍ଶ୍ବରେ ରହୁଥିବା ସାଙ୍ଗସାଥି, ଭାଇଭଉଣୀମାନଙ୍କୁ ସାହାସ ଦେବା ଉଚିତ । ଅବସାଦ ରହିଥିବା ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପ୍ରସଙ୍ଗରୁ ମନ ଫେରାଇ ସତବାଟରେ ଚାଲିବା ପାଇଁ ସାହାସ ଯୋଗାଇବା ଗୁରୁତ୍ବପୂର୍ଣ୍ଣ । ବିଶେଷକରି ଭାରତରେ ଛାତ୍ରଛାତ୍ରୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିବର୍ଷ ଏହି ଅନୁପାତ 6ରୁ 7 ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ପାଠପଢାରେ ମାନସିକ ଚାପ ଠାରୁ ଛୁଆଙ୍କୁ ଦୂରେଇ ରଖିବା ପାଇଁ ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ ।

କିଭଳି ରୋକିହେବ ଆତ୍ମହତ୍ୟା– ଛାତ୍ରମାନଙ୍କ ବ୍ୟତୀତ ପାରିବାରିକ ବିବାଦ ଏବଂ ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଆତ୍ମହତ୍ୟାର କାରଣ ହୋଇଥାଏ । ଆତ୍ମହତ୍ୟାକୁ ରୋକିବା ପାଇଁ ପ୍ରଥମେ ଆଟରଣ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ଯଦି ଏଥିରେ କୌଣସି ନକାରାତ୍ମକ ପରିବର୍ତ୍ତନ ଦେଖାଯାଏ, ତେବେ ସତର୍କ ରୁହନ୍ତୁ । ଉକ୍ତ ବ୍ୟକ୍ତିଙ୍କ ସହ କଥା ହୋଇ ମନ ପରିବର୍ତ୍ତନ କରିବା ଉଚିତ ।

 

Get real time updates directly on you device, subscribe now.