fbpx

‘କଂଗ୍ରେସ ସଂରକ୍ଷଣ ବ୍ୟବସ୍ଥା ଶେଷ କରିବ…’, କାହିଁକି ଏପରି କହିଲେ BSP ସୁପ୍ରିମୋ ମାୟାବତୀ ?

ଲକ୍ଷ୍ନୌ: ଆମେରିକା ଗସ୍ତରେ ଅଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ତାଙ୍କ ବୟାନକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏଥିମଧ୍ୟରେ BSP ସୁପ୍ରିମୋ ମାୟାବତୀ ରାହୁଲଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ସମସ୍ତଙ୍କୁ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମାୟାବତୀ କହିଛନ୍ତି, ‘କେନ୍ଦ୍ରରେ ଦୀର୍ଘ ଦିନ ଧରି କ୍ଷମତାରେ ଥିବା ସତ୍ତ୍ୱେ କଂଗ୍ରେସ ପାର୍ଟି ସରକାର ଓବିସି ସଂରକ୍ଷଣ ଲାଗୁ କରିନାହିଁ ଏବଂ ଦେଶରେ ଜାତୀୟ ଜନଗଣନା ନାମରେ ଏହି ଦଳ କ୍ଷମତାକୁ ଆସିବାର ସ୍ୱପ୍ନ ଦେଖୁଛି । ଏମାନଙ୍କ ଏଭଳି ନାଟକ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ କେବେ ଜାତୀୟ ଜନଗଣନା କରାଇପାରିବେ ନାହିଁ ।’ ସେ ଆହୁରି ମଧ୍ୟ କହିଛନ୍ତି କି କଂଗ୍ରେସ ଦଳର ସର୍ବେସର୍ବା ରାହୁଲ ଗାନ୍ଧୀଙ୍କ ଏଭଳି ନାଟକକୁ ନେଇ ସତର୍କ ରୁହନ୍ତୁ ଯେଉଁଥିରେ ସେ ବିଦେଶରେ କହିଛନ୍ତି କି ଭାରତର ସ୍ଥିତି ସୁଧୁରିଲେ ଆମେ SC/ST/OBC ଉପରୁ ସଂରକ୍ଷଣ ହଟାଇଦେବୁ । ଏହା ସ୍ପଷ୍ଟ କରୁଛି କି କଂଗ୍ରେସ ଅନେକ ଦିନରୁ ସଂରକ୍ଷଣ ଶେଷ କରିବାକୁ ନେଇ ଷଡ଼ଯନ୍ତ୍ର କରୁଛି । କହିବାକୁ ଗଲେ ଯେପର୍ଯ୍ୟନ୍ତ ଦେଶରେ ଜାତିଗତ ଭେଦଭାବ ମୂଳରୁ ନଷ୍ଟ ନ ହୋଇଛି ସେପର୍ଯ୍ୟନ୍ତ ଭାରତର ସ୍ଥିତି ଅପେକ୍ଷାକୃତ ଉତ୍ତମ ହେବା ସତ୍ତ୍ୱେ ଏହି ବର୍ଗ ଗୁଡ଼ିକର ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ସ୍ଥିତିରେ ସୁଧାର ଆସିବ ନାହିଁ । ଅର୍ଥାତ ଜାତିଗତ ଭେଦଭାବକୁ ସମ୍ପୂର୍ଣ୍ଣ ନଷ୍ଟ ହେବା ପର୍ଯ୍ୟନ୍ତ ସଂରକ୍ଷଣର ସଠିକ ସାମ୍ବିଧାନିକ ବ୍ୟବସ୍ଥା ଜାରି ରହିବା ଜରୁରୀ ।

Get real time updates directly on you device, subscribe now.