fbpx

ରାହୁଲଙ୍କ ଟାର୍ଗେଟରେ ବିଜେପି ଓ ଆରଏସଏସ, ନିର୍ବାଚନକୁ ପ୍ରଭାବିତ କରି ମୋଦି ଗଢିଛନ୍ତି ସରକାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବେ ତ୍ରିଦିବସୀୟ ଆମେରିକା ଗସ୍ତରେ । ସେଠି ସେ ଘନ ଘନ ବିଜେପି ଓ ଆରଏସଏସ ଉପରେ ଟାର୍ଗେଟ କରିଚାଲିଛନ୍ତି । ଚଳିତ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଟିପ୍ପଣୀ ଦେଇ ଦେଶର ନିର୍ବାଚନ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଉଠାଇଛନ୍ତି ପ୍ରଶ୍ନ ।

ତିନି ଦିନିଆ ଆମେରିକା ଗସ୍ତରେ ଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ମୁଖ୍ୟତଃ ଏଥିରେ ଛାତ୍ରମାନଙ୍କ ସହ ଆଲୋଚନା କରୁଛନ୍ତି ଓ ଏନଡିଏ ସରକାର, ଆରଏସଏସ ଉପରେ ଆକ୍ରମଣ କରୁଛନ୍ତି । ୧୦ ସେପ୍ଟେମ୍ବରକୁ ଜର୍ଜ ଟାଉନ ୟୁନିଭର୍ସିଟିରେ ପହଞ୍ଚିଥିଲେ, ଯେଉଁଠି ସେ ବିଜେପି, ଆରଏସଏସ ଓ ନିର୍ବାଚନ କମିଶନଙ୍କ ଉପରେ ତୀକ୍ଷ୍ନ କମେଟ କରିଛନ୍ତି ।

ରାହୁଲ କହିଛନ୍ତି କି, ନିର୍ବାଚନ କାଳରେ ନିର୍ବାଚନ ସେଇଟା କରୁଥିଲେ ଯାହା ବିଜେପି ଚାହୁଁଥିଲା । ପୂରା ବ୍ୟବସ୍ଥା ଏମିତି ଢଙ୍ଗରେ ହୋଇଥିଲା କି ଯେମିତି ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ । ଯେଉଁ ରାଜ୍ୟରେ ବିଜେପି ଦୁର୍ବଳ ଥିଲା ସେଠିକାର ନିର୍ବାଚନ ପ୍ରଣାଳୀ ଓ ଦୃଢ ଥିବା ରାଜ୍ୟର ମତଦାନ ବ୍ୟବସ୍ଥା ଭିନ୍ନ ପ୍ରକାରରେ କରାଯାଇଥିଲା । ତେଣୁ ମୋତେ ଲାଗୁନି, ନିର୍ବାଚନ ନିରପେକ୍ଷ ଢଙ୍ଗରେ ହୋଇଥିଲେ ବିଜେପି ୨୪୦ ସିଟ ପାଖ ଛୁଇଁପାରି ନ ଥାନ୍ତା । ସେମାନଙ୍କ ନିକଟରେ ଅର୍ଥ ବଳ ଥିବା ବେଳେ ଆମ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିଦିଆଯାଇଥିଲା ।

ପୁଣି ରାହୁଲ କହିଥିଲେ, ନିର୍ବାଚନ ପୂର୍ବରୁ ସେ ବାରମ୍ବାର ଅଭିଯୋଗ କରିଥିଲେ କି ଆରଏସଏସ କବଜାରେ ଶିକ୍ଷା ବ୍ୟବସ୍ଥା, ଯାଞ୍ଚ ଏଜେନ୍ସି ତଥା ମିଡିଆ । ଏକଥା ଲୋକେ ଶୁଣିନଥିଲେ, କିନ୍ତୁ ଯେତେବେଳେ ମୁଁ ସମ୍ବିଧାନକୁ ହାତରେ ଉଠାଇ ସମ୍ବିଧାନର ସୁରକ୍ଷା ନାରା ଦେଲି, ଗରିବଙ୍କୁ ବୁଝାପଡିଲା କି ଏହି ନିର୍ବାଚନ ସମ୍ବିଧାନର ନଷ୍ଟକାରୀ ତଥା ସମର୍ଥନକାରୀଙ୍କ ମଧ୍ୟରେ ହେଉଛି ।

ସେହିପରି ଆମେରିକାରେ ରାହୁଲ ଓବିସି, ଆଦିବାସୀଙ୍କ ସ୍ଥିତିକୁ ନେଇ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି । ତେବେ ବିଦେଶରେ ଦେଶର ଦୋଷ ଦୁର୍ବଳତାକୁ ନେଇ ରାହୁଲଙ୍କ ଏମିତି ବୟାନକୁ ନେଇ ବିଜେପି ନେତା ବିରୋଧ କରୁଥିବା ବେଳେ ବିଏସପି ମଧ୍ୟ ସ୍ୱର ଉଠାଇଲାଣି । ତେବେ ଏଥିରେ କୌଣସି ନୂତନତା ନାହିାଁ ରାହୁଲ ଗାନ୍ଧୀ ବିଦେଶକୁ ଗଲେ ଏମିତି ହିଁ ବୟାନ ଦେବା ବିଶ୍ୱ ଦେଖିଛି ।

Get real time updates directly on you device, subscribe now.