fbpx

ଆସିଲା ମଲାଇକା ଅରୋରାଙ୍କ ପିତା ଅନିଲ ମେହତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ ମଲାଇକା ଅରୋରାଙ୍କ ବାପା ଅନିଲ ମେହତାଙ୍କ ଆତ୍ମହତ୍ୟା ଘଟଣା ପୂରା ସିନେମା ଇଣ୍ଡଷ୍ଟ୍ରୀକୁ ଦୋହଲାଇଦେଇଛି । ବୁଧବାର ଅନିଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ରିପୋର୍ଟରେ ତାଙ୍କ ମୃତ୍ୟୁ ମଲ୍ଟିପୁଲ ଇଞ୍ଜୁରୀ ପାଇଁ ହୋଇଥିବା ଦର୍ଶା ଯାଇଛି । ଏବେ ବିସରା ରିପୋର୍ଟ ଆସିନି, ଫରେନ୍ସିକ ଲାବରେଟୋରୀରେ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି । ବୁଧବାର ରାତିରେ ମୁମ୍ବାଇର କୁପର ପୋଷ୍ଟର୍ଟମର୍ଟମ ସେଣ୍ଟରରେ କରାଯାଇଥିଲା । ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ବୁଧବାର ଅପରାହ୍ନରେ ଅନିଲ ମେହତା ଛଅ ତାଲା କୋଠାରୁ ପଡି ମୃତ୍ୟୁବରଣ କରିଥିଲେ । ପ୍ରଥମେ ଏହି ଘଟଣାକୁ ଆତ୍ମହତ୍ୟା କୁହାଯାଇଥିଲା । କାରଣ ମୃତ୍ୟୁ ପୂର୍ବରୁ ଅନିଲ ନିଜ ଦୁଇ ଝିଅ ମଲାଇକା ଓ ଅମ୍ରିତାଙ୍କୁ କହିଥିଲେ କି, ଜୀବନ ଉପରୁ ତାଙ୍କ ମନ ଭରିଗଲାଣି । ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଥିଲା । ଏବେକାର ପ୍ରାରମ୍ଭିକ ରିପୋର୍ଟ କହୁଛି କି, ଛାତରୁ ପଡିବାରୁ ଶରୀରରେ ଏକାଧିକ କ୍ଷତ କାରଣରୁ ତାଙ୍କ ମୃତ୍ୟୁ ହୋଇଛି । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଜଣାପଡି ନାହିଁ ।

୬୨ ବର୍ଷୀୟ ଅନିଲ ନିଜ ପରିବାର ସହ ମୁମ୍ବାଇର ଏକ ଆପାର୍ଟମେଣ୍ଟର ୬ଷ୍ଠ ମହଲାରେ ରହୁଥିଲେ । ତାଙ୍କ ମୃତ୍ୟୁର ପ୍ରାରମ୍ଭିକ ସ୍ଥିତି ଦେଖି ସ୍ପଷ୍ଟ ହେଉଛି କି କୌଣସି କାରଣରୁ ସେ ଅସନ୍ତୁଷ୍ଟ ଥିଲେ ଜୀବନରେ । ତେଣୁ ଏମିତି କଠୋର ଏକ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.