fbpx

ଟିକଟକରେ ବେଲୀ ଡ୍ୟାନ୍ସ କରିବା ପଡିଲା ମହଙ୍ଗା, ୩ ବର୍ଷ ଜେଲ୍ ସହ ୧୪ ଲକ୍ଷ ଜୋରିମାନା

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟିକ୍ ଟକ୍’ରେ ଜଣେ ହାଇ-ପ୍ରୋଫାଇଲ୍ ବେଲୀ ଡ୍ୟାନ୍ସରଙ୍କୁ ଅନୈତିକ ଓ ଉତ୍ତେଜିତ ଭିଡିଓ ପୋଷ୍ଟ କରିବା ମହଙ୍ଗା ପଡିଛି । ଇଜିପ୍ଟରର ସାମା ଏଲ ମୈସୀ ନାମକ ଜଣେ ଡ୍ୟାନ୍ସରଙ୍କ ଉପରେ ଲାଗିଛି ସାଙ୍ଘାତିକ ଅଭିଯୋଗ । ଲୋକଙ୍କୁ ଦୁବ୍ୟବହାର ଓ ଅନୈତିକତା ପ୍ରତି ଉସକେଇବା ଅଭିଯୋଗରେ ସାମାଙ୍କୁ ୩ ବର୍ଷ ଜେଲ ଦଣ୍ଡ ସମେତ ୩୦ ହଜାର ପାଉଣ୍ଡ ବା ଭାରତୀୟ ଟଙ୍କାରେ ପ୍ରାୟ ୧୪ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି କୋର୍ଟ ।

ତେବେ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ସାମାଙ୍କୁ ଗିରଫ କରାଯାଇଛି । ସେ ନିଜ ଭିଡିଓକୁ ଲୋକପ୍ରିୟ ପ୍ଲାଟଫର୍ମ ଟିକ ଟକରେ ସେୟାର କରିଥିଲେ, ଯାହାକି ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ୪୨ ବର୍ଷୀୟ ବେଲୀ ଡ୍ୟାନ୍ସର ସାମା ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ନିଜକୁ ନିର୍ଦ୍ଦୋଷ କହିଛନ୍ତି । ସେ କହିଛନ୍ତି ଯେ, ଫୋନରୁ ଭିଡିଓଟି ତାଙ୍କର କେହି ଚୋରି କରି ନେବା ସହ ବିନା ଅନୁମତିରେ ସେୟାର କରିଦେଇଛି ।

Get real time updates directly on you device, subscribe now.