fbpx

ଟିକେଟ ନ ମିଳିବାରୁ ସଭାମଝିରେ କାନ୍ଦିଲେ କଂଗ୍ରେସ ନେତା, କହିଲେ ମୋର ରାଜନୈତିକ ହତ୍ୟା ଘଟିଛି

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ କଂଗ୍ରେସ ବିଧାୟକ ଲଳିତ ନାଗର ୫ ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଟିକେଟ ମିଳିଲାନାହିଁ। ଏଥିପାଇଁ ସେ ଆଜି ସଭା ମଝିରେ କାନ୍ଦିଛନ୍ତି। ସେ କହିଛନ୍ତି ଯେ, ସେ ନିଜ ପାର୍ଟୀକୁ ମଜବୁତ କରିବା ପାଇଁ କଠିନ ପରିଶ୍ରମ କଲେ ହେଲେ କୌଣସି ଫଳାଫଳ ମିଳିନାନି ବାଜି ପଲଟିଗଲା। ଫରୀଦାବଦର ତିବାନ୍ତରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ନାଗର କହିଛନ୍ତି ଯେ, ମୁଁ ନିଜର ସମସ୍ତଙ୍କୁ ଏହା ଭାବି ଆଜି ନିମନ୍ତ୍ରଣ କରିଥିଲି ଯେ, ପାର୍ଟୀ କରିବି ଏବଂ ପୁଣିଥରେ କଂଗ୍ରେସ ପ୍ରାର୍ଥୀ ଭାବେ ନିଜ ନାମାଙ୍କନ ଦାଖଲ କରିବି। ହେଲେ କିଛି ଶତ୍ରୂମାନେ ଷଡ଼ଯନ୍ତ୍ର କରିଥିଲେ ଏବଂ ମୋର ରାଜନୈତିକ ହତ୍ୟା କରିବାର ପ୍ରୟାସ କରିଥିଲେ।

ନାଗର ତିଗାବ ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ ପ୍ରତିଯୋଗୀ ଥିଲେ। ହେଲେ କଂଗ୍ରେସ ଏହି ସିଟରୁ ନୂଆ ଚେହେରା ରୋହିତ ନାଗରଙ୍କୁ ନିର୍ବାଚନ ପାଇଁ ମନୋନୀତ କରିଛି। କଂଗ୍ରେସରୁ ଟିକେଟ ମିଳିନଥିଲା। କଂଗ୍ରେସରୁ ଟିକେଟ ନମିଳିବା ନେଇ ଶାରଦା ରାଠୋର ଏବଂ ଜିତେନ୍ଦ୍ର କୁମାର ଭାରଦ୍ୱାଜ ମଧ୍ୟ କ୍ରୋଧ ବ୍ୟକ୍ତ କରିଛନ୍ତି।

Get real time updates directly on you device, subscribe now.