fbpx

CSIR UGC NET 2024ର ରେଜଲ୍ଟ ଜାରି, ପରୀକ୍ଷାର୍ଥୀ ଏଠାରେ ଡାଉନଲୋଡ କରନ୍ତୁ ନିଜର ସ୍କୋରକାର୍ଡ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) 12 ସେପ୍ଟେମ୍ବର 2024 ରେ CSIR UGC NET ପରୀକ୍ଷାର ଫଳାଫଳ ଘୋଷଣା କରିଛି। ଏହି ବର୍ଷର ମିଳିତ CSIR UGC NET ପରୀକ୍ଷା ପାଇଁ ଆସିଥିବା ପ୍ରାର୍ଥୀମାନେ CSIR ର ଅଫିସିଆଲ୍ ୱେବସାଇଟ୍, csirnet.nta.ac.in ରେ ସେମାନଙ୍କର ସ୍କୋରକାର୍ଡ ଯାଞ୍ଚ କରିପାରିବେ। ଏହା ସହିତ, ଫଳାଫଳ ବିବରଣୀ NTA ର ଅଫିସିଆଲ୍ ୱେବସାଇଟ୍, nta.ac.in ରେ ମଧ୍ୟ ଦେଖିପାରିବେ।

ଚଳିତ ବର୍ଷ 2,25,335 ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ, ସେଥିମଧ୍ୟରୁ 1,63,529 ପ୍ରାର୍ଥୀ ପରୀକ୍ଷା ପାଇଁ ହାଜର ହୋଇଥିଲେ। ଧ୍ୟାନ ଦେବା କଥା ହେଉଛି ସ୍କୋରକାର୍ଡର ହାର୍ଡ କପି ପୋଷ୍ଟ କିମ୍ବା ଇମେଲ ମାଧ୍ୟମରେ ପଠାଯିବ ନାହିଁ।

Get real time updates directly on you device, subscribe now.