fbpx

କୁକୁଡ଼ା ଚାଷ ଉପରେ କଟକଣା, ପୁରୀ ପ୍ରଶାସନର ବଡ଼ ନିଷ୍ପତ୍ତି

ପୁରୀ: ରାଜ୍ୟରେ ବାର୍ଡ ଫ୍ଲ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି। ଖାସକରି ପୁରୀ ଜିଲ୍ଲାରେ ଏହା ସଂକ୍ରମିତ ହୋଇଛି। ତେବେ ଏହାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ଉପରେ କଟକଣା ଲଗାଯାଇଛି। ଏହି କଟକଣା ପୁରୀ ପ୍ରଶାସନ ପକ୍ଷରୁ ଲଗାଯାଇଛି। କୁକୁଡ଼ା ଚାଷ ନକରିବାକୁ ପ୍ରଶାସନର ପରାମର୍ଶ। ପିପିଲି, ଡେଲାଙ୍ଗ ଓ ସତ୍ୟବାଦୀରେ କୁକୁଡ଼ା ଚାଷ ବନ୍ଦ କରାଯାଇଛି। ପିପିଲିର ୫୫ ଓ ଡେଲାଙ୍ଗର ୬୪ଟି ଫାର୍ମର ବିଶୋଧନ ହୋଇଛି। ସତ୍ୟବାଦୀର ୨୨ଟି ଫାର୍ମର ବିଶୋଧନ କରାଯାଇଛି। ବିଶୋଧନ ସହ ଫାର୍ମକୁ ସିଲ୍ କରିଛି ପ୍ରାଣୀ ସଂପଦ ବିଭାଗ। ମୋଟ ୧୪୧ କୁକୁଡ଼ା ଫାର୍ମ ସିଲ୍ କଲା ପ୍ରଶାସନ। ଫାର୍ମରେ କୁକୁଡ଼ା ଚିଆଁ ଛାଡିପାରିବେନି ଚାଷୀ। ପୁରୀ ଜିଲ୍ଲାପାଳଙ୍କ ନିକଟରେ କୁକୁଡ଼ା ଚାଷୀଙ୍କ ଦାବି ରହିଛି। ୭ଦିନ ଭିତରେ କ୍ଷତିପୂରଣ ଦାବି କଲେ କୁକୁଡା ଚାଷୀ। କ୍ଷତିପୂରଣ ନଦେଲେ ଅଖଚକ ଜାମ ହେବ ବୋଲି ଚେତାବନୀ ଦିଆଯାଇଛି।

Get real time updates directly on you device, subscribe now.