fbpx

ଇଞ୍ଜିନିୟର୍ସ ଡେ: ବଲିଉଡ ତାରକାଙ୍କ ମଧ୍ୟରେ ରହିଛନ୍ତି ଅନେକ ଇଞ୍ଜିନିୟର

ମୁମ୍ବାଇ: ଆଜି ହେଉଛି ଇଞ୍ଜିନିୟର୍ସ ଡେ । ଇଞ୍ଜିନିୟରିଂ କରି ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟିଏ । ହେଲେ ବଲିଉଡରେ ଥିବା ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ଅଭିନୟ କରିବା ଆଗରୁ ନିଜର ଇଞ୍ଜିନିୟରିଂ ପାଠ ପଢିଥିଲେ ଓ କିଛି ସମୟ ପାଇଁ ଏହି କ୍ଷେତ୍ରରେ କାମ ମଧ୍ୟ କରିଥିଲେ । ଏମାନଙ୍କ ମଧ୍ୟରେ ୧୦ ବଲିଉଡ ତାରକା ଅଛନ୍ତି, ଯେଉଁମାନେ ଇଞ୍ଜିନିୟରିଂ କରିଛନ୍ତି ।

ଏମିତି ୧୦ ତାରକା ହେଉଛନ୍ତି ଭିକ୍କୀ କୌଶଳ, ଅମିଷା ପଟେଲ, ଜିତେନ୍ଦ୍ର କୁମାର, କୃତି ସୈନନ, ତାପସୀ ପନ୍ନୁ, କାର୍ତ୍ତିକ ଆର୍ୟନ, ଆର ମାଧବନ, ସୁଶାନ୍ତ ସିଂହ ରାଜପୁତ, ସୋନୁ ସୁଦ୍ଧ, କାଦର ଖାନ । ଭିକ୍କୀ ମୁମାବାଇ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମୁନିକେସନରେ ଇଞ୍ଜିନିୟରିଂ କରିଥିଲେ ।

ସେମିତି କୃତି ସୈନନ ଜେପି ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜିରୁ ଇଞ୍ଜିନିରଂ କରିଛନ୍ତି । ସେହିପରି କାର୍ତ୍ତିକ ଆର୍ୟନ ପାଟିଲ କଲେଜ ଅଫ ଇଞ୍ଜିନିୟରିଂରୁ ବାୟୋଟେକ୍ନୋଲୋଜିରେ ଇଞ୍ଜିନିୟରିଂ କରିଛନ୍ତି । ସେହିପରି ରୋମାଣ୍ଟିକ ଓ ଚକ୍ଲେଟ ହିରୋ ଆର ମାଧବନ କୋଲ୍ହାପୁରର ରାଜାରାମ କଲେଜରୁ ନିଜ ଇଞ୍ଜିନିୟରିଂ କରିଛନ୍ତି । ଆଉ ବୋଲ୍ଡ ରୋଲକୁ ବେଶ ନିଖୁଣତା ସହ ଉଦଜିବିତ କରୁଥିବା ତାପସୀ ପନ୍ନୁ ଦିଲ୍ଲୀର ଗୁରୁ ତେଗ ବହାଦୂର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିଛନ୍ତି ।

ସେହିପରି ସୁଶାନ୍ତ ସିଂ ରାଜପୁତ ଇଣ୍ଡିଆ ଇଞ୍ଜିନିରିଂ ଏଣ୍ଟ୍ରାନ୍ସରେ ୭ମ ସ୍ଥାନ ହାସଲ କରି ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂରେ ଅଧ୍ୟୟନ କରିଥିଲେ । ତାପରେ ସୋନୁ ସୁଦ୍, ଅମୀଷା ପଟେଲ, ମଧ୍ୟ ଅଭିନୟ ପୂର୍ବରୁ ଇଞ୍ଜିନିରିଂ କରିଥିଲେ ।

ତେବେ ଏହି ଶ୍ରେଣୀରେ ସବୁଠୁ ଆଗରେ ରହିଛନ୍ତି ଭେଟେରାନ ଆକ୍ଟର ଜିତେନ୍ଦ୍ର ଓ କମେଡିଆନ ତଥା ଭିଲିଆନ କାଦର ଖାନ । ଜିତେନ୍ଦ୍ର ଆଇଆଇଟି ଖଡଗପୁରର ଛାତ୍ର ଥିବା ବେଳେ କାଦର ଖାନ ବମ୍ବେ ୟୁନିବର୍ସିଟିରୁ ସିଭିଲ ଇଞ୍ଜିନିୟରିଂ କରିଥିଲେ ।

Get real time updates directly on you device, subscribe now.